STORYMIRROR

Chinmayee Kanta

Inspirational Others

3  

Chinmayee Kanta

Inspirational Others

ବୟସ

ବୟସ

1 min
135

କି ଭୁଲ୍ ମୋର ? 

ସମୟକୁ ଅନେକ ଥର ଗୁହାରି କରେଁ

ଏ ସମୟ କିଛି ସମୟ ରହିଯା,

ରହି ନ ଗଲେ ତୁ ଅତି ଧିରେ ଧିରେ ଯା

ହେଲେ ସମୟର କଣ କାନ ଅଛି?

 ମୁଁ ମୋ ଜୀବନକୁ କହେ

 ଆରେ ଜୀବନ କିଛି ନାହିଁ ଆଗରେ

 କେବଳ ମିଳିବେ ପ୍ରତି ମୁହୂର୍ତ୍ତରେ

 ଅଚିହ୍ନା ଲୋକ, କିଏ ହେବ ନିଜର 

 ଆଉ କିଏ ହେବ ସ୍ଵାର୍ଥପର 

 ତଥାପି ତୁ ଧାଉଛୁ କାହିଁକି ଏତେ ଦ୍ରୁତ ଗତିରେ ? 

ଜୀବନଟି ହସି କି କୁହେ,

ଆରେ ମୂର୍ଖ; 

ବୟସ ଗଡୁଛି ତୋର ନୁହଁ ଜିବନ,

ଦେଖିଛୁ ଏଇ ଜୀବନେ ଯାହା ସପନ;

ଶୀଘ୍ର କର ଜାଇ ତାହା ପୁରାଣ

ନ ହେଲେ ତୋ ଜୀବନର ଖାଲି

ହେଉଥିବ ଅପମାନ ।

 ସମୟ ଗଡିଲା ବୟସ ଗଡିଲା

 ସରିଲା ସଭିଙ୍କ ଉଚିତ୍ ସମୟ

 ଜାଣିଲେ ଯେବେ ସେ ସମୟର ମୂଲ୍ୟ

 କି ହେବ ସେଠି ଠିକ୍ ବିଷୟ ?

ସମୟ ଥାଉ ଥାଉ ଯଦି 

ନ କରିପାରିଲ କିଛି

ବୟସ ଗଡିଲେ ସଭିଙ୍କ ଜୀବନେ

କେବଳ ଦୁଃଖ ଯନ୍ତ୍ରଣାରର ସମୟ

ଅପେକ୍ଷାରେ ରହିଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational