STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ରଜତ ଭାଇ

ରଜତ ଭାଇ

1 min
145

ଉତ୍କଳର ନେତା ସ୍ୱୟଂ ନାରାୟଣ 

ମହାପ୍ରଭୁ ଜଗନ୍ନାଥ

ତାଙ୍କ କଥା କହି ଜନମନ ଯିଏ 

କରୁଥିଲା ଉଲ୍ଲସିତ ।


ଭକତ ପ୍ରବର ଶ୍ରୀରଜତ କର 

ପଦ୍ମଶ୍ରୀ ବାଗ୍ମୀ ବିଦ୍ୱାନ

ସାହିତ୍ୟ,ସଂସ୍କୃତି, ଶିକ୍ଷା,ଧର୍ମଚର୍ଚ୍ଚା 

ନିଜ ଗୁଣେ ମହୀୟାନ l


ଭଞ୍ଜ ସାହିତ୍ୟର ଗବେଷକ ବାଗ୍ମୀ 

ଉଜ୍ବଳ ନକ୍ଷତ୍ର ଗୋଟି

ଉଲକା ପରାୟ ଖସି ପଡ଼ି ଅଛି 

ଉତ୍କଳ ଆକାଶ ଫାଟି l


ଛାତି ଯାଏ ଫାଟି ପରତେ ନୋହୁଛି 

ବିଶ୍ୱାସ ନହୁଏ ମନେ

ସଂସ୍କୃତି ସାଧକ ରଜତ ପରିକା 

କେ ହୋଇବ ଆଉ ଜଣେ l


ମରଦେହ ସିନା ଛାଡ଼ି ଚାଲିଗଲ 

ମୃତ୍ୟୁ ବା କାହିଁ ତୁମର

କୋଟି ଓଡ଼ିଆର ହୃଦୟ ମନ୍ଦିରେ 

ତୋଳିଅଛ ତୁମେ ଘର l


ରଜତ ପରାୟେ ରଜତ ଭାଇଙ୍କ 

ଆତ୍ମା ବଇକୁଣ୍ଠେ ରହୁ

ଏତିକି ମିନତି ନୀଳଗିରି ପତି

ଜଗନ୍ନାଥ ମହାବାହୁ ।


Rate this content
Log in

Similar oriya poem from Inspirational