STORYMIRROR

Padman Rana

Inspirational

3  

Padman Rana

Inspirational

ପ୍ରେମ ହିଁ କେବଲ୍

ପ୍ରେମ ହିଁ କେବଲ୍

1 min
179


ନିଃସ୍ୱାର୍ଥତା, 

ପ୍ରେମ ଏକ ମାଦକତା 

ଦୁଃଖ ପୋଛି ହସ ଫୁଟାଇବା

ବଞ୍ଚିବାର ଏକ ଉତ୍ସୁକତା ..

ପ୍ରେମ ଏକ ଚୀରନ୍ତନ ମାଧୁର୍ଯ୍ୟ 

ସେ ଶାଶ୍ୱତ.. କୋମଳ 

ମରୁଭୂମିର ଅତୁଟ ବାରିଧାରା, 

ନୁହେଁ ସେ ଖେଳଣା ଓ ସଉଦା

ଫୁଟପାଥର 

ପଚାଶଢ଼ା ଶସ୍ତା ପରିବା 


ସେ ସତ୍ୟ ସୁନ୍ଦର ପବିତ୍ର 

ନୈସର୍ଗିକ ଅକ୍ଷୟ... ଅବିନାଶୀ 


ତ୍ୟାଗ ଅହିଂସାର ପ୍ରତୀକ 

ଦିବ୍ୟ ଅନୁଭୂତି 

ଯେ ହୃଦେ ରଖିଛି ସାଇତି 

ସେ ହିଁ ଜାଣିଛି 

ପ୍ରେମର ଅନୁଭୂତି,, 

ପ୍ରେମ ନୁହେଁ ଭଲ ପାଇବାର ସଂଜ୍ଞା 

ସେ ଚୀର ସ୍ରୋତା ନଈ 

ସମର୍ପଣର ଭାବ 

ଅଟେ ପୂଣ୍ୟ ଭାଗୀରଥୀ 

ଶ୍ରଦ୍ଧାରେ ବାନ୍ଧିଲେ ଲାଗେ 

ବଞ୍ଚିଛି.... ବଞ୍ଚିବ.... 

ସଂପର୍କର ସେତୁବନ୍ଧ ଆଙ୍କି।।। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational