ବର୍ଷା
ବର୍ଷା
1 min
189
ବର୍ଷା !
ତମେ ଆଦ୍ୟ ଆଷାଢ଼ର
ସିକ୍ତ ଛୁଆଁର ଶୀତଳ ଅନୁଭୁତି
ଓଦା ଓଦା ବାସ୍ନାର ମହକେ
ଶିହରଣ ମୋ ରୋମରାଜି
ଉନ୍ମୁକ୍ତ ଝରକା ଦେଇ ଆଗମନା
ସ୍ନିଗ୍ଧ ସ୍ପର୍ଶ କାତରରେ ହଜି ଯାଏ ନିଦ ।
ବର୍ଷା
ତମେ ପ୍ରତିକୂଳର ଆଶା
ମୋ କୋଟି ପ୍ରତୀକ୍ଷାର ଜଲ୍'ସା
ମୁଁ ପିପାସା
ତମେ ଅମୃତର ଧାରା
ତମେ ମୋ କବିତାର ପ୍ରାରମ୍ଭିକ ଲିପି
ତମ ଛନ୍ଦରେ ଛନ୍ଦିହୁଏ ମୋ ଅବ୍ୟକ୍ତ ଭାଷା ।
ପ୍ରତିକ୍ଷଣେ
ପ୍ରୀତି ଚୁମ୍ବନରେ ଭରିଦିଅ ମାଦକତା
ତମେ ନିଦାଘର ଉଷ୍ମତାରେ ଢାଲିଦିଅ
ସମ୍ବେଦନର ପ୍ରଳୟ
ମେଣ୍ଟି ଯାଏ ତମ ଉପବନେ ଭିଜି
ବୈଶାଖୀର ପ୍ରଚଣ୍ଡ ଅସହିଷ୍ଣୁତା ।
ବର୍ଷା !
ମୁଁ ତମ ଆଦରର ଛତା
ତମ ଆଦ୍ରତାରେ
ମୋ ପ୍ରତୀକ୍ଷାର ପୂର୍ଣ୍ଣ ହୁଏ ସ୍ୱାର୍ଥକତା
ଉଭୟଙ୍କ ନିବିଡ଼ତା
ସାତ ଜନ୍ମର ।
