ପୂଜ୍ୟ ଗଙ୍ଗାଧର
ପୂଜ୍ୟ ଗଙ୍ଗାଧର
ଗିରି ବନ ଲତା ନଦୀ ଝରଣା
ସୂର୍ଯ୍ୟ ଚନ୍ଦ୍ର ତାରା ନାରୀ ବର୍ଣ୍ଣନା
ଫୁଟଇ କାବ୍ୟରେ କେତେ ବାସନା
ଲେଖା ଅଧୁରା ତାଙ୍କ ପ୍ରକୃତି ବିନା
ଛନ୍ଦରେ ଛନ୍ଦିତ
ମଳୟ ବହଇ ମନ୍ଦ ମରୁତ ।
ଭାଷା ସାହିତ୍ୟର ପ୍ରଜ୍ଞ ପୁରୁଷ
ରଚିଲେ କବିତା କାବ୍ୟ ଅଶେଷ
ପ୍ରକୃତି 'ସ୍ୱଭାବ ' ନାମେ ଭୂଷିତ
ଉତ୍କଳ ଭୁବନେ ହେଲେ ଆଦୃତ
ପୂଜ୍ୟ ଗଙ୍ଗାଧର
କଲମରୁ ଝରେ ଅମୃତ ଧାର ।
ଦେଶପ୍ରେମ ଗାଏ ତାଙ୍କ କବିତା
ଚେତିଲେ ରଟିଲେ ସୁପ୍ତ ଜନତା
କୋଟି ଓଡ଼ିଆଙ୍କ ହୃଦୟେ ବୋହେ
'ତପସ୍ଵିନୀ 'କାବ୍ୟ ଜନଙ୍କୁ ମୋହେ
'ରସ ରତ୍ନାକର '
'ପ୍ରଣୟ ବଲ୍ଲରୀ'ହୋଇଛି ଚିର ।
'ଉତ୍କଳ ଲକ୍ଷ୍ମୀ ' 'କବିତା କଲ୍ଲୋଳ '
'ଇନ୍ଦୁମତୀ ' ଆଣି ଗଢ଼ିଲେ ମାଲ
ଦିଗବଲୟେ,, ହେଲେ ଅସ୍ତାଚଲ
ତଥାପି ପ୍ରକାଶେ ଭାଷାର ଉଜ୍ୱଳ
ନାହିଁ ପଟାନ୍ତର
ପ୍ରସ୍ଫୁଟିତ ହୋଇ ହେଲେ ଅମର ।
କଳା ସଂସ୍କୃତି ଜିଲ୍ଲା ବରଗଡ଼
ହସ୍ତତନ୍ତ ଖ୍ୟାତ ବରପାଲି ଗାଁ'ର
ଜନ୍ମିଲେ ଶ୍ରାବଣେ ପୂର୍ଣିମା କାଳେ
ପାଇଲେ ସେବତୀ-ଚୈତନ୍ୟ କୋଳେ
ମାତୃଭୂମି ବୋଲେ
ମାତୃଭାଷା ପାଇଁ ଜୀବନ ଦେଲେ ।
