STORYMIRROR

Padman Rana

Others

3  

Padman Rana

Others

ମୋ ଫୋନ

ମୋ ଫୋନ

1 min
153

ପ୍ରୀୟ ସେ ଅତି ଆପଣାର 

ନିସ୍ତବ୍ଧ ଅନ୍ଧାର ହେଉ

ବ୍ୟସ୍ତତାରେ

ନିଃସଙ୍ଗତ ପଥ କ୍ଲାନରେ

ଛାଇ ପରି ମୋ ସାଥିରେ

ଅହରହ ହାତକୁ ଜାବୁଡ଼ି ଧରି,ଗେଲ୍ହେ

କଥା କହେ 

ଫୋନ୍ ମୋର, 

ଯେମିତି ସେ ମୋ ରକ୍ତର

ଆସିଛି କହିବାକୁ

ପୂର୍ବଜନ୍ମେ ଥିଲି ବୋଲି

ସହୋଦର ତୋର

ସୁଖେ ଦୁଃଖେ ପ୍ରତିକ୍ଷଣେ ଉପଯୋଗୀ

ବାହାର ଭିତର ଅବା ଘରର

ପାଣିପାଗ କୃଷି ସୂଚନାର

ଦେଶୀ ବିଦେଶୀ ଖବର

କହୁଥାଏ ନିରନ୍ତର ଫୋନ୍ ମୋର

ନିର୍ଜୀବ ନୁହେଁ ସେ କି ଦୁର୍ବଳ

ଅବିଶ୍ରାମେ କ୍ଲାନ୍ତ ହୀନ

ଦୁର୍ବାର ଗତିରେ ଚାଲେମୋ ପାଦରେ

ତା'ବିନୁ ଭାଙ୍ଗି ପଡ଼େଁ

ଶକ୍ତି ହୀନ ହୋଇ

ଇତସ୍ତତଃ ହୁଏ ପାପୁଲିଟା

ବ୍ୟସ୍ତ ରହେ ଖୋଜିବାରେ

ମୋ ଫୋନ୍ ଏକ ଡାଏରୀ 

ସେ କଳ୍ପନା ରାଇଜ ପରୀ 

ସବୁଠୁ ଭାରି 

ସାଇତିଛି ଏଠି

ସ୍ମୃତି ସବୁ ଗଢ଼ି

କାହାକୁ ଦିଏନି

ଚୋରରୁ ରଖିଛି ଡରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍