STORYMIRROR

Padman Rana

Inspirational

3  

Padman Rana

Inspirational

ମାଟି ମଟାଳ ମଣିଷ

ମାଟି ମଟାଳ ମଣିଷ

1 min
239

ଦେଖିଛି 

ମାଟି ମଟାଳ ମଣିଷକୁ 

ଆଖି ମରି ଯାଇଥିବା

ଭୋକେ ଶୋଇଥିବା ରାସ୍ତା କଡ଼ର 

ପସରା ଠାଣି... ହାତ ଠାରି ଡାକୁଥିବା 

ସେ କୁମ୍ଭକାର ଦୃଶ୍ୟ !!

ଦେଖିଛି, 

ସେ ମାଟିଶାଳା ତାର 

ଖରା ବର୍ଷା ଭଙ୍ଗା କୁଡ଼ିଆରୁ

ଖୋଲା ଜହ୍ନ ଆଲୁଅର ତଳେ

ମାଟି ଚିକିଟି ଚିକିଟି କାଦୁଅକୁ

 ଜୀବନ୍ତ ରୂପ ଦେବାର

ସେ କୁମ୍ଭକାର ଦୃଶ୍ୟ

ଦେଖିଛି

ବର୍ଷ ସାରା ନୀଳାଚଳେ ଭୋଗ ଲାଗି ହାଣ୍ଡି 

ପ୍ରସନ୍ନ ବଦନେ ଗଢ଼ିବାର ଜିଜ୍ଞାସା

ଅଭାବର ଲାତ ଖାଇ ବଞ୍ଚିବାର

ଆଧୁନିକ କଂସା ପିତ୍ତଳ ତଳେ

ଆତୁରେ ମାଟି ପାତ୍ର ଜାଞ୍ଚୁ ଥିବା

 ମାଟି ରୂପକାର ଦୃଶ୍ୟ

ଦେଖିଛି

ମାଟି କଥା କହୁଥିବା ତା'କୌଶଳତା

ଏକାକାର ସେ ଚକ୍ରଧର କାରିଗର

ପୁଣି ବ୍ରହ୍ମା ଅବତାର

ଏ ମାଟିର ମାଟି ମଟାଳ ମଣିଷକୁ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational