ପ୍ରେମ' ଏଇୟା ନା
ପ୍ରେମ' ଏଇୟା ନା
ଶୁନଶାନ୍ ଅନ୍ଧାର ରାତିରେ ଶୋଇଥିବା ବେଳେ
ଫଗୁଣର ପ୍ରଥମ ତିଥି
ବାଟ ଚାଲୁ ଚାଲୁ କ୍ଲାନ୍ତ ହେଲେ
ରାସ୍ତାକଡ଼ର ବୃକ୍ଷ ମୂଳେ
ମଳୟ ବତାସ ଶ୍ୱର୍ଶରେ
ନିଦ ପଡ଼ିଲା ବେଳେ
ଛପି ଛପି ତୁମେ ଆସନା,
ତମକୁ ଦେଖି
ଶୁଭ୍ରତାର ମହକରେ ମାତିଯାଇ
ଭୁଲି ଯାଏଁଜୀବନର ସବୁ କ୍ଲେଶ
ତମେ ଦୂରେଇ ଯିବାର ମୁହୁର୍ତ୍ତକୁ
ଜମା ଭଲ ଲାଗେ ନା'
ପ୍ରେମ ଏଇୟା ନା !!!
ତମେ ବର୍ଷା ହୋଇ ଆସ
କଲା ବାଦଲ ହୋଇ ବୁଲୁଥାଏଁ ଯେବେ
ଶ୍ରାବଣୀ ହୋଇ ବର୍ଷି ଦିଅ
ତମ ବର୍ଷାରେ ଭିଜି ଯାଏଁ
ଭରିଦିଅ ଶିହରଣ ମନେ
ପ୍ରେମ ଏଇୟା ନା ,
ଝିପି ଝିପି ବର୍ଷାରେ
ଓଦା ଓଦା ହାତେ
ତମକୁ ଛାଡ଼ିବାକୁ ଇଛା ହୁଏନି
ବିଜୁଳିର ଶବ୍ଦରେ ବି
ତମ ପଣତ ତେଳେ ଢାଙ୍କି ରଖ
କବିତା ଲେଖୁ ଲେଖୁ ତମ ନାଁ ଲେଖି ହୁଏ
ତଥାପି ତମେ ନମନା
ପ୍ରେମ ଏଇୟା ନା !

