STORYMIRROR

Padman Rana

Romance

3  

Padman Rana

Romance

ପ୍ରେମ' ଏଇୟା ନା

ପ୍ରେମ' ଏଇୟା ନା

1 min
131

ଶୁନଶାନ୍ ଅନ୍ଧାର ରାତିରେ ଶୋଇଥିବା ବେଳେ

ଫଗୁଣର ପ୍ରଥମ ତିଥି

ବାଟ ଚାଲୁ ଚାଲୁ କ୍ଲାନ୍ତ ହେଲେ

ରାସ୍ତାକଡ଼ର ବୃକ୍ଷ ମୂଳେ

 ମଳୟ ବତାସ ଶ୍ୱର୍ଶରେ

ନିଦ ପଡ଼ିଲା ବେଳେ

ଛପି ଛପି ତୁମେ ଆସନା,

ତମକୁ ଦେଖି

ଶୁଭ୍ରତାର ମହକରେ ମାତିଯାଇ

ଭୁଲି ଯାଏଁଜୀବନର ସବୁ କ୍ଲେଶ

ତମେ ଦୂରେଇ ଯିବାର ମୁହୁର୍ତ୍ତକୁ

ଜମା ଭଲ ଲାଗେ ନା'

ପ୍ରେମ ଏଇୟା ନା !!!

ତମେ ବର୍ଷା ହୋଇ ଆସ

କଲା ବାଦଲ ହୋଇ ବୁଲୁଥାଏଁ ଯେବେ

ଶ୍ରାବଣୀ ହୋଇ ବର୍ଷି ଦିଅ

ତମ ବର୍ଷାରେ ଭିଜି ଯାଏଁ

ଭରିଦିଅ ଶିହରଣ ମନେ

ପ୍ରେମ ଏଇୟା ନା ,

ଝିପି ଝିପି ବର୍ଷାରେ

ଓଦା ଓଦା ହାତେ

ତମକୁ ଛାଡ଼ିବାକୁ ଇଛା ହୁଏନି

ବିଜୁଳିର ଶବ୍ଦରେ ବି

ତମ ପଣତ ତେଳେ ଢାଙ୍କି ରଖ

କବିତା ଲେଖୁ ଲେଖୁ ତମ ନାଁ ଲେଖି ହୁଏ

ତଥାପି ତମେ ନମନା

ପ୍ରେମ ଏଇୟା ନା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance