Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ଜୀବନ ଏକ ଭଗ୍ନାଂଶ

ଜୀବନ ଏକ ଭଗ୍ନାଂଶ

1 min
335



ଅସୀମିତ ଜୀବନ ଏକକ

ପୂର୍ଣ୍ଣତା ପରିପ୍ରକାଶେ ଚଳମାନ

ଭଗ୍ନ ସଂଖ୍ୟା ଅବା ଦଶମିକ

ବିନ୍ଦୁ ପରେ ତାର ସ୍ଥାନ ପୁନଃପୁନଃ

ଦୃଶ୍ୟ କେବେ ଅଥବା ଅଦୃଶ୍ୟ ।


କେବେ ହୁଏ ଯୋଗାନ୍ତର 

ଉତ୍ପାଦକେ ହରଣ ଗୁଣନ,

ସମାନ ବା ସମାନ୍ତର ସାଦୃଶ୍ୟରେ

ପ୍ରତିଫଳେ ତା ନିଷ୍କର୍ଷ ଅବା ସମାଧାନ ।


ବେଳେ ବେଳେ ଓଲମବିଲୋମ ହୁଏ

ଜୀବନର ଉପପାଦ୍ୟ

ଯେତେ ସବୁ ଗାଣିତିକ ସୂତ୍ର ,

ବହୁଘାତ ପ୍ରତିଘାତ ଜଟିଳ ପ୍ରକ୍ରିୟା ସବୁ

ମୁଣ୍ଡଟାକୁ କରେ ଗୋଳମାଳ,

ବନ୍ଦ କରି ଅଙ୍କ କଷା

ପଢ଼ିବାକୁ ଭଲଲାଗେ କବିତା ସାହିତ୍ୟ

ମୁଦିହୁଏ ଆଖିପତା ଶୁଣି ଗୁଣି 

ସୁମଧୁର ମିଠା ବଂଶୀ ସ୍ୱନ ।

 ----



Rate this content
Log in

Similar oriya poem from Inspirational