STORYMIRROR

Kalandi pal

Inspirational

4  

Kalandi pal

Inspirational

କଳିଯୁଗେ କେଉଁ ଭକ୍ତ

କଳିଯୁଗେ କେଉଁ ଭକ୍ତ

1 min
264

କଳିଯୁଗେ କେଉଁ ଭକ୍ତ

     ତୋତେ ପ୍ରେମେ ବାନ୍ଧିଲା.

ଦୁଇ ସନ ବିତିଗଲା

      ତୋର ଦୁଆରେ ତାଲା.

କାଳିଆରେ ଏହି କଥା ଭଲ ନୋହିଲା. l0l


ଆସିଲେକି ମୀରା ବାଇ

      ଅବା ଗୋପ ରାଧା ରାଇ.

ଦୁନିଆଁଙ୍କୁ ଭୁଲି ଯାଇ

     ତାଙ୍କ ପ୍ରେମେ ବାନ୍ଧି ହୋଇ.

ଅବା କେଉଁ ଭକ୍ତ ତୋତେ ବାନ୍ଧି ରଖିଲା

ନୀଳାଚଳ ଧାମ ତୋତେ ଅଡୁଆ ହେଲା l1l


ଗୋପର ଗୋପି ଗୋପାଳ

     ଅବା ସେ ଯମୁନା କୁଳ.

ଗୋପେ ନନ୍ଦ ରାଜା ଅବା

     ଝୁରିଲୁ ଯଶୋଦା କୋଳ.

ଭୁଲି ଯାଇ ନୀଳାଚଳ ପକାଇ ତାଲା

ବାନ୍ଧି ହେଲ ତାଙ୍କ ପ୍ରେମେ ହୋଇ ବାଉଳା. l2l


ଦାସିଆ ବାଉରୀ କିବା

     ଜନମିଲେ ବଳରାମ.

ସାଲବେଗ,ମନୋହର

     ସୁଦାମା ସଖା ଅର୍ଜୁନ.

ସେହି ପ୍ରେମ କଲା ତୋତେ କି ମତୁଆଲା

ଭୁଲି ଯାଇ ସବୁ ଭକ୍ତ କରୁଛୁ ଲୀଳା. l3l

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational