ପ୍ରତିଛବି
ପ୍ରତିଛବି
ପ୍ରତିଛବି ମୋର ମତେ କହୁଥାଏ
ମୁଁ ଯେ ଅତ୍ୟନ୍ତ ନିଜର,
ଖୁସିର ମନ ଟା ଝରି ଗଲା ସତେ
ଆସିଗଲା ଯେବେ ଅନ୍ଧାର l
କେତେ ମୁଁ ଖୋଜିଲି ବନ୍ଧୁକୁ ମୋର
ଅନ୍ଧାରେ ପାଇଲି ନାହିଁ,
ପ୍ରଭାତେ ଉଠି ଦେଖେ ମୁଁ ତଳକୁ
ମାଟି ରେ ଲୋଟେ ମୋ ଛାଇ l
ବିପଦ ପଡିଲେ ପ୍ରତିଛବି ଲୁଚେ
ମଣିଷ କି ଦେବ ତୁଲ୍ୟ,
ସବୁ ଏଠି ଆଜି ସ୍ଵାର୍ଥ ରେ ବାନ୍ଧିତା
ପଛରେ ବୁଝନ୍ତି ମୂଲ୍ୟ l
