Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nuhen mu Kabi

Others Children

4.2  

Nuhen mu Kabi

Others Children

ସ୍ମୃତି ସେଇ ପିଲାଦିନ ର...

ସ୍ମୃତି ସେଇ ପିଲାଦିନ ର...

1 min
354


ଜରିଅଖା ବ୍ୟାଗ୍ କାନ୍ଧରେ ପକାଇ

ଯାଉଥିଲୁ ଆମେ ଚାଟ, 

ବିନା ଚପଲ ରେ ଚାଲୁଥିଲୁ ଆମେ

କାଦୁଅ, କତରା ବାଟ l


ଛୁଟି ର ଖୁସିଟା ବର୍ଣ୍ଣନା ହେଉନି

କିପରି କରିବି କହ, 

ଛୁଟି ପଡିଗଲେ ମନ ଉଲ୍ଲାସ ରେ 

ବୁଲୁ ଥାଉ ଅହରହ l


ବାଟି ଖେଳ ଆଉ ଗାଚା ଖେଳ ବୋଧେ

ଏ ପିଲା ଶିଖନ୍ତି ନାହିଁ,

ଚାରିଟା ବାଜିଲେ ବ୍ୟାଗ ଫୋପାଡି

ଆସୁଥିଲୁ ଆମେ ଧାଇଁ l


ଚାଉଳ ବଦଳ କୁଲୁଫି ଖାଉ ଯେ

ଆହା କି ସ୍ଵାଦିଷ୍ଟ ସିଏ, 

ପାଞ୍ଚ ଟଙ୍କା ନେଇ ଦାଣ୍ଡ କୁ ଧାଇଁଲେ 

ଗୋଟିଏ କୁଲୁଫି ଦିଏ l


ହଜିଛି ସେ ଦିନ ହଜିଛି ସମୟ 

ଫେରିବନି କେବେ ସିଏ, 

ଅତୀତ ର ସ୍ମୃତି ଅସରନ୍ତି ଖୁସି 

କେବେ ମନେ ପଡିଯାଏ l



Rate this content
Log in