STORYMIRROR

Puspakesini Dash

Inspirational

4  

Puspakesini Dash

Inspirational

ଠିକ୍ ଅଛି.......

ଠିକ୍ ଅଛି.......

1 min
334

ଠିକ୍ ଅଛି ମୋର ଅସ୍ତିତ୍ୱକୁ ସ୍ଵୀକାର କରିନାହଁ,

କିନ୍ତୁ ମୋ ଆତ୍ମବିଶ୍ବାସ କୁ ଛାରଖାର କରନାହିଁ। ୧


ଠିକ୍ ଅଛି ମୋ ଆଖିର ଲୁହ ପୋଛି ନାହଁ,

କିନ୍ତୁ ସବୁବେଳେ କନ୍ଦାଇବାକୁ ଚେଷ୍ଟା କରନାହିଁ । ୨


ଠିକ୍ ଅଛି ମୋତେ ଗ୍ରହଣ କରି ନାହଁ,

କିନ୍ତୁ ଗ୍ରହଣ କରିଥିବା ଲୋକଠୁ ମୋତେ ଦୁରାଅ ନାହିଁ। ୩


ଠିକ୍ ଅଛି ମୋ ଦୁଖଃ ଶୁଣି ଆହା ପଦେ କହି ନାହଁ,

କିନ୍ତୁ ପୁଣି ମୋ ଦୁଖଃର କାରଣ ହୁଅ ନାହିଁ। ୪


ଠିକ୍ ଅଛି ମୋତେ ସାହାରା ଦେଇ ନାହଁ,

କିନ୍ତୁ ମୋତେ ବେସାହାରା ବନେଇବାକୁ ଚେଷ୍ଟା କରନାହିଁ। ୫


ଠିକ୍ ଅଛି ମୋର ବଳିଦାନରେ ସନ୍ତୁଷ୍ଟ ନାହଁ,

କିନ୍ତୁ ସ୍ଵାର୍ଥ ହାସଲ ପାଇଁ ମୋ ଜୀବନ ସହ ଖେଳ ନାହିଁ। ୬


ଠିକ୍ ଅଛି ମୋର ଭଲମନ୍ଦ ହାଲଚାଲ ବୁଝିନାହଁ,

କିନ୍ତୁ ପୁଣି ବୁଝିବାର ମିଛ ଅଭିନୟ କରନାହିଁ। ୭


ଠିକ୍ ଅଛି ମୋ ପ୍ରତି ଥିବା କର୍ତ୍ତବ୍ୟ କରିନାହଁ,

କିନ୍ତୁ ମୋତେ କର୍ତ୍ତବ୍ୟପରାୟଣତା ଶିଖାଅ ନାହିଁ। ୮


ଠିକ୍ ଅଛି ମୋର ଦକ୍ଷତା କୁ କେବେ ବୁଝି ନାହଁ,

କିନ୍ତୁ ମୋତେ ନିଚ୍ଚା ଦେଖେଇବା ଦରକାର ନାହିଁ। ୯


ଠିକ୍ ଅଛି ମୋତେ ମୋ ଅଧିକାର ଦେଇନାହଁ,

କିନ୍ତୁ ମୋ ପାଖରେ କୌଣସି ଦାବି କରନାହିଁ। ୧୦


ଠିକ୍ ଅଛି ମିଠା କଥା ପଦେ କହି ନାହଁ,

କିନ୍ତୁ ମୋ ଆତ୍ମସମ୍ମାନକୁ ଦବାଅ ନାହିଁ। ୧୧


ଠିକ୍ ଅଛି ମୁହଁରେ ହସ ଟିକେ ଦେଇନାହଁ,

କିନ୍ତୁ ମୋ ଆଗେ ବିଷକୁମ୍ଭ ପୟୋମୁଖ ଦେଖାଅ ନାହିଁ। ୧୨


ଠିକ୍ ଅଛି ମୋ ଖୁସିରେ ସାମିଲ ହେଇନାହଁ,

କିନ୍ତୁ ମୋ ଖୁସିର ସଂସାର ଭାଙ୍ଗନାହିଁ। ୧୩


ଠିକ୍ ଅଛି ସମୟ ଥାଉଥାଉ ଶ୍ରଦ୍ଧାରେ ଟିକେ ଡ଼।କି ନାହଁ,

କିନ୍ତୁ ନିଜ ଆତ୍ମାଠୁ ଦୁରାଇ ଦିଅ ନାହିଁ। ୧୪


ଠିକ୍ ଅଛି, ସବୁ ଠିକ୍ ଅଛି,

କିନ୍ତୁ ମୋ ଠାରୁ ମୋର ବଞ୍ଚିବାର ଆଶା ଟିକକ ଛଡ଼ାଅ ନାହିଁ। ୧୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational