STORYMIRROR

Puspakesini Dash

Inspirational

4  

Puspakesini Dash

Inspirational

ତୁମ ଚରଣରେ

ତୁମ ଚରଣରେ

1 min
525

ସୁଖରେ ନ ହେଉ ପଛେ ଦୁଖଃରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଭଲରେ ନ ହେଉ ପଛେ ମନ୍ଦରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ହସରେ ନ ହେଉ ପଛେ ଲୁହରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଭକ୍ତିରେ ନହେଉ ପଛେ ଅଭିମାନେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଭାବରେ ନହେଉ ପଛେ ଅଭାବରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଶାନ୍ତିରେ ନହେଉ ପଛେ ଅଶାନ୍ତି ରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଠିକ୍ ରେ ନହେଉ ପଛେ ଭୁଲରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଆଲୁଅରେ ନହେଉ ପଛେ ଅନ୍ଧାରରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ବାଟରେ ନହେଉ ପଛେ ଅବାଟରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ଖୁସି ରେ ନହେଉ ପଛେ କୋହରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ସତ୍ୟରେ ନହେଉ ପଛେ ମିଛରେ ହେଉ 

ତୁମ ଚରଣରେ ମୋର ମନଟି ଥାଉ।


ବିଶ୍ୱାସରେ ନହେଉ ପଛେ ଧୋକାରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ବ୍ୟକ୍ତରେ ନହେଉ ପଛେ ଅବ୍ୟକ୍ତ ରେ ହେଉ

ତୁମ ଚରଣରେ ମୋର ମନଟି ଥାଉ।


ହେ ପରବ୍ରଂହ୍ମ, ସତ୍ୟ ସନାତନ


ତୁମ ଚରଣରେ ମୋର ମନଟି ଥାଉ।

ତୁମ ଚରଣରେ ମୋର ମନଟି ଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational