Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspakesini Dash

Inspirational

4.0  

Puspakesini Dash

Inspirational

ଠିକ ଅଛି

ଠିକ ଅଛି

1 min
289


ଠିକ ଅଛି ମୋତେ ସାହାରା ଦେଇ ନାହଁ, କିନ୍ତୁ ମୋତେ ବେସାହାରା ବନେଇ ବାକୁ ଚେଷ୍ଟା କରନାହିଁ ।


ଠିକ ଅଛି ମୋ ଆଖର ଲୁହ ପୋଛି ନାହଁ,କିନ୍ତୁ ପୁଣି ମୋ ଲୁହ ପୋଛିବାର ବାହାନା କରନାହିଁ ।


ଠିକ ଅଛି ମୋତେ ଗ୍ରହଣ କରି ନାହଁ,କିନ୍ତୁ ଗ୍ରହଣ କରିଥିବା ଲୋକଠୁ ମୋତେ ଦୁରାଅ ନାହିଁ ।


ଠିକ ଅଛି ମୋ ଦୁଃଖ ଶୁଣି ନାହଁ, କିନ୍ତୁ ପୁଣି ମୋ ଦୁଃଖର କାରଣ ବନ ନାହିଁ ।


ଠିକ ଅଛି ମୋର ଅସ୍ତିତ୍ୱକୁ ସ୍ୱୀକାର କରିନାହଁ,କିନ୍ତୁ ମୋର ଆତ୍ମବିଶ୍ବାସ କୁ ଛାରଖାର କରନାହିଁ ।


ଠିକ ଅଛି ମୋର ବଳିଦାନରେ ସନ୍ତୁଷ୍ଟ ନାହଁ, କିନ୍ତୁ ମୁଁ କାହାର ବଳିଦାନର ତ ଆଶା କରିନାହିଁ ।


ଠିକ ଅଛି ମୋର ହାଲଚାଲ ବୁଝିନାହଁ, କିନ୍ତୁ ପୁଣି ବୁଝିବାର ମିଛ ଅଭିନୟ କରନାହିଁ ।


ଠିକ ଅଛି ମୋ ପ୍ରତି ଥିବା କର୍ତ୍ତବ୍ୟ କରିନାହଁ, କିନ୍ତୁ କର୍ତ୍ତବ୍ୟ ପରାୟଣତା ଶିଖାଅ ନାହିଁ ।


ଠିକ ଅଛି ସମୟ ଥାଉଥାଉ ଶ୍ରଦ୍ଧାରେ ଟିକେ ଡ଼।କି ନାହଁ, କିନ୍ତୁ ନିଜ ଆତ୍ମାଠୁ ଦୁରାଇ ଦିଅ ନାହିଁ ।


ଠିକ ଅଛି ମୋତେ ମୋ ଅଧିକାର ଦେଇନାହଁ,କିନ୍ତୁ ମୋ ପାଖରେ କୋୖଣସି ଦାବି କରନାହିଁ ।


ଠିକ ଅଛି ମିଠା କଥା ପଦେ କହି ନାହଁ, କିନ୍ତୁ ମୋର କଥାପଦକୁ ଦବାଅ ନାହିଁ ।


ଠିକ ଅଛି ମୁହଁରେ ହସ ଟିକେ ଦେଇନାହଁ, କିନ୍ତୁ ସବୁବେଳେ କନ୍ଦାଇବାକୁ ଚେଷ୍ଟା କରନାହିଁ ।


ଠିକ ଅଛି ମୋ ଖୁସିରେ ସାମିଲ ହେଇନାହଁ, କିନ୍ତୁ ଖୁସିର ସଂସାର ଭାଙ୍ଗନାହିଁ ।


ଠିକ ଅଛି ମୋର ଦକ୍ଷତାକୁ କେବେ ବୁଝି ନାହଁ, କିନ୍ତୁ ବିଷକୁମ୍ଭ ପୟୋମୂଖ ହୁଅନାହିଁ ।


ଠିକ ଅଛି, ସବୁ ଠିକ ଅଛି, କିନ୍ତୁ ମୋର ବଂଚିବାର ଆଶାକୁ ଛଡ଼ାଅ ନାହିଁ ।



Rate this content
Log in

Similar oriya poem from Inspirational