STORYMIRROR

janaki mahanta

Inspirational

4  

janaki mahanta

Inspirational

ବର୍ଷା

ବର୍ଷା

1 min
408


ରିମ ଝିମ ରିମ ଝିମ

ସାଥି ବର୍ଷାରାଣୀ ତୁମ

ଆସିଛି ଧରାରେ ନେଇ ଅମୃତ ବାରି,

ଭିଜା ଭିଜା କାୟା ମୋର

ହୁଏ ପାଣି ସର ସର

ମଲ୍ଲୀ ମହ ମହ ବାସେ ଭିଜା କବରୀ,

ଆସେ ମୁଦ ମୁଦ ବାରିଦ

ବାତ ବହେ ମନ୍ଦ ମନ୍ଦ ବିଶ୍ୱ ଆନନ୍ଦ।।୧।।


ଆଣିଛି ସାଥେ ମୌସୁମୀ 

ଆତ୍ମା ଗାଏ ଝୁମି ଝୁମି

ଇନ୍ଦ୍ରଧନୁ ସପ୍ତ ରଙ୍ଗେ ଓଢି ଓଢ଼ଣୀ,

ସୁବର୍ଣ୍ଣର ପାଲିଙ୍କିରେ

ନୀଳ ମେଘ ପଟୁଆରେ

କ୍ଷଣପ୍ରଭା ରୋଷଣୀର ନେଇ ରାଗିଣୀ,

ନିଦାଘେ ବୋଳିଣ ଚନ୍ଦନ

ଦଗ୍ଧ ଶରୀରେ ହୋଇଲା ସୁଧା ସିଞ୍ଚନ।।୨।।


ବନସ୍ତରେ ଡ଼ାକେ କେକୀ

ସୁନ୍ଦର ତା'ପୁଚ୍ଛ ଟେକି

ନୀଳ ମେଘ ଦେଖି ନାଚେ ସେ' ଛମଛମ, 

ସାରୁ ବୁଦା ମୂଳେ ଭେକ

ସ୍ୱାଗତରେ ଦିଏ ଡ଼ାକ

ସାଧବ ବୋହୂ ନୂପୁର ବାଜଇ ଝମ,

ସବୁଜ ଶାଢ଼ୀ ବିମଣ୍ଡିତା

ନଭ ସହ ଏକାକାର ହୁଏ ବସୁଧା।।୩।।


ପାଦପ ପଲ୍ଲବ ହସେ

ମନରେ କଦମ୍ବ ବାସେ

ତନୁମନ ଯେ' ପ୍ରସନ୍ନ ଚାଷୀର ଜାଣ, 

ପଶ୍ଚିମ ବାୟୁର କାନେ

କହିଥିଲି ମୁହିଁ ଦିନେ

ପ୍ରିୟର ଗ୍ରାମରେ ବର୍ଷି ଭିଜାଅ ମନ,

ତୁମେ ଆସ ଯେବେ ସ୍ପନ୍ଦନେ

ଦିଶ ମୋ'ର କଜ୍ଜ୍ୱଳ ପୂରିତ ନୟନେ ।।୪।।


ପ୍ରେମ ଭିଜା ଋତୁ ଏହି

ଆସିଛି ସନ୍ଦେଶ ନେଇ

ଆସ ଆମେ ଯିବା ତିନ୍ତି ପ୍ରୀତି ବର୍ଷାରେ,

ସିକ୍ତ ହେବ ତନୁ ମନ

ହୃଦୟ ହୁଏ ଉଚ୍ଛନ୍ନ

ରଚିବା କାହାଣୀ ଆମ ସ୍ୱର୍ଣ୍ଣ ଅକ୍ଷରେ,

ଶୁଭୁଛି ମଧୁର ମୂର୍ଚ୍ଛନା

ସଅଳ ଆସିବ ସାଥି ଡେରି କରନା।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational