STORYMIRROR

janaki mahanta

Inspirational

4  

janaki mahanta

Inspirational

ଦେବଭୂମି ପୂଣ୍ୟଭୂମି ଭାରତ

ଦେବଭୂମି ପୂଣ୍ୟଭୂମି ଭାରତ

1 min
272


ଜନନୀ ଜନମ ଭୂମି

ପୂଣ୍ୟତୋୟା ସ୍ୱର୍ଗଭୂମି

ଶିରେ ହିମାଳୟ ଯା'ର ମୁକୁଟ ଶୋହେ

ରାମଙ୍କର ଦେବୋଭୂମି

ବୁଦ୍ଧ ଙ୍କର ତପୋଭୂମି

କୃଷ୍ଣ ଙ୍କର କର୍ମଭୂମି ଜଗତ ମୋହେ

ଗଙ୍ଗା ଯମୁନା ଯହିଁ ବହେ

ସିନ୍ଧୁ ଯା' ଚରଣ ଧୁଏ ଭାରତ ସିଏ ।


ପୂର୍ବେ ମେଘ ମେଘାଳୟ

ପଶ୍ଚିମେ କଚ୍ଛ ନିର୍ଭୟ 

ଉତ୍ତର ପୂରୁବେ ମୋର ଉତ୍କଳ ଭୂମି

ଉତ୍ତରେ ଜାମ୍ମୁ କାଶ୍ମୀର

ଦକ୍ଷିଣେ ହିନ୍ଦ୍ ସାଗର

କାଶ୍ମୀରୁ କନ୍ୟା କୁମାରୀ ମୋ' ଆର୍ଯ୍ୟଭୂମି

ଗଣତାନ୍ତ୍ରିକ ସମ୍ବିଧାନ

ଜାତି ଧର୍ମ ନିର୍ବିଶେଷେ ସର୍ବେ ସମାନ ।


ତ୍ରିରଙ୍ଗା ମୋ ସ୍ୱାଭିମାନ

ଶାନ୍ତି ମୈତ୍ରୀ କରେ ଗାନ

ହିନ୍ଦୁ ମୁସଲିମଙ୍କ ଭାତୃତ୍ବ ବନ୍ଧନ

ଗାନ୍ଧୀ ଗୋପବନ୍ଧୁ ଭଳି

କେତେ ପ୍ରାଣ ଦେଲେ ବଳି

ଫିରିଙ୍ଗି ଶାସନୁ ଦେଶ କଲେ ସ୍ୱାଧୀନ

ଲକ୍ଷ୍ମୀ ବାଈ ବାଜିରାଉତ

ଦେଲେ ପ୍ରାଣ ସୁବାଷ୍ ବୋଷ ସିଂ ଭଗତ।


ସୈନିକ ଯେ ସୀମା 'ପରେ

ହସ୍ତରେ ବନ୍ଧୁକ ଧରେ

ମାଆ ରକ୍ଷା ପାଇଁ ହୁଏ ଲହୁ ଲୁହାଣ

ଚୀନ ପାକିସ୍ତାନ ସେନା

ତାଙ୍କୁ ନାଶେ ଆମ ସେନା

ବିଜୟର ଟିକା ବହେ ଧରି କମାଣ

ଅବା ଫେରେ ଶହୀଦ ହୋଇ

ତା'ର ତ୍ୟାଗ କେବେ ଭାଇ ଭୁଲିବ ନାଇଁ ।


ଆମେ ଆମରି ଶାସକ

ହେବା ସୁସ୍ଥ ନାଗରିକ

ସ୍ୱାର୍ଥବାଦ ଭୁଲି ହେବା ଜାତୀୟପ୍ରେମୀ

ଦୂର କରି ଅହଙ୍କାର

ଗ୍ରହଣ କରି ସଂସ୍କାର

ଶପଥ କରିଣ ହେବା ଅହିଂସା ପ୍ରେମୀ

ମା' ପାଇଁ ଦେଇ ପ୍ରାଣବଳି

ମାତାଙ୍କୁ ସୁରକ୍ଷା ଦେଇ ନେବା ଶଙ୍ଖୋଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational