Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

janaki mahanta

Romance

4  

janaki mahanta

Romance

ଦୋଳରେ ତୁ ଦୋଳ ଗୋବିନ୍ଦ

ଦୋଳରେ ତୁ ଦୋଳ ଗୋବିନ୍ଦ

1 min
280



ଦୋଳେ ତୁ ଗୋବିନ୍ଦ ମୁରାରୀ ମୁକୁନ୍ଦ

       ରାଧା ଶ୍ୟାମ ମୂର୍ତ୍ତି ଯୁଗଳ,

ବେଣୁ ଧରି ହସ୍ତେ ଶ୍ରୀରାଧା ସଙ୍ଗତେ

       ବେନି ରଚନ୍ତି ରାସ ଖେଳ ।

ନନ୍ଦ ଗୋପାଳ....

       କହ୍ନେଇ ମାରେ ଫୁଲଶର

ରାଧାର ଓଢ଼ଣୀ ଦିଏ ଧୀରେ ଟାଣି

      ନଟଖଟ ନଟନାଗର ।।୧।।


ରାଈ ଦାମୋଦର ଆହାଃ କି ସୁନ୍ଦର

    ଗୋପୀ ଗୋପାଙ୍ଗନା ସାଥିରେ ,

ଝୁଲଣରେ ବସି ମନ୍ଦ ମନ୍ଦ ହସି

    ରଙ୍ଗେ ତା'ର ଶ୍ୟାମ ସଙ୍ଗରେ ।

ଗୋପଦାଣ୍ଡରେ....

     ରାଧା ବସି କାହ୍ନୁ କୋଳରେ

କଜ୍ଜ୍ବଳ ନୟନେ ସଲଜ ଆନନେ

ରାସେଶ୍ୱରୀ ଚାହେଁ ପ୍ରୀତିରେ ।।୨।।


ଶଙ୍ଖ ହୁଳହୁଳି ପଡୁଛି ଉଛୁଳି

       ସଭିଏଁ ରଙ୍ଗେ ବିଭୋର,

ଫଗୁଣର ରଙ୍ଗେ ଜାଗେ ଅଙ୍ଗେ ଅଙ୍ଗେ

        ପ୍ରଗାଢ଼ ଭାବ ପ୍ରଣୟର ।

ଶ୍ୟାମ ସୁନ୍ଦର...

      ହେ କୃଷ୍ଣ ରାସ ରାସେଶ୍ୱର ,

ଦୋଳ ପୂର୍ଣ୍ଣିମାରେ ପୂର୍ଣ୍ଣମାସୀ ରଚେ

ଫଗୁଣେ ଫଗୁରେ ବିଭୋର ।।୩।।


ରାଧା କାନଫୁଲ ଘେନି ଗଲା ଚିଲ

       ଯମୁନାରେ ସ୍ନାନ ସମୟେ ,

କୃଷ୍ଣ ସୁଦାମାଙ୍କୁ ମିଳିଲା ଭାଗ୍ୟକୁ

      କୁଞ୍ଜବନେ ଖେଳ ସମୟେ ।

ରାଧାମୋହନ...

       ସ୍ୱର୍ଣ୍ଣ ପାଲିଙ୍କିରେ ଗମନ

"ସ୍ୱର୍ଣ୍ଣତାଟକ"ଟି ଗ୍ରହଣ କରନ୍ତି

ବୃଷଭାନୁ ସୁତା କାଞ୍ଚନ ।।୪।।


ଯଶୋମତୀ ବାଳ ଦେବକୀ ଦୁଲାଳ

       ନନ୍ଦର ଗୋପାଳ କେଶବ ।

ହୋଲିକା ରାକ୍ଷସୀ ତୁମେ ଥିଲ ନାଶି

       ଦୋଳ ପର୍ବେ ଆସି ମାଧବ,

ରାଧାବଲ୍ଲଭ...

      ହେ ରାଧା କୃଷ୍ଣ ଶ୍ରୀ ବଲ୍ଲଭ ,

ରାଈଦାମୋଦର ଦର୍ଶନରେ ଲାଭ

ହୁଏ ମୋକ୍ଷ ଯାହା ଦୁର୍ଲଭ ।। ୫।।



Rate this content
Log in

Similar oriya poem from Romance