ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ନେଇ କେତେ ସଜବାଜ ।
ବନସ୍ତେ ଡାକିଲା ଗଜ
ଛାଡ଼ ଛାଡ଼ ବାସି ଶେଯ
ଛାଡ଼ ଛାଡ଼ ବାସି ଶେଯ
ନାଲି ଶାଢ଼ୀ ସହ ନୀଳ ବ୍ଲାଉଜ
ଅଳତା ସିନ୍ଦୂର ଅଧରେ ଲାଜ
ଅଧରେ ଲାଜ ଲୋ
ବୁଲିବା ସକାଳୁ ସଞ୍ଜ ।
ବନସ୍ତେ ଡାକିଲା ଗଜ
ପୋଡ଼ ପିଠାର ମଉଜ
ଖିଲି ପାନର ମଉଜ
କଉଡି ବାଗୁଡ଼ି ଖେଳରେ ମଜ୍ଜ
ଆମ୍ବ ତୋଟା ସାଜିଛି କେଳିକୁଞ୍ଜ
ସେ କେଳି କୁଞ୍ଜ ଲୋ
ବାଳା ମନେ ଲାଜ ଲାଜ।
ବନସ୍ତେ ଡାକିଲା ଗଜ
ରଜସ୍ୱଳା ଧରା ଆଜ
ରଜସ୍ୱଳା ଧରା ଆଜ
ପ୍ରଥମ ଦିନଟି ପହିଲି ରଜ
ଦ୍ୱିତୀୟେ ସଂକ୍ରାନ୍ତି ଭାରି ମଉଜ
ଭାରି ମଉଜ ଲୋ
ବସୁମତୀ ସ୍ନାନ ହେଜ ।
ବନସ୍ତେ ଡାକିଲା ଗଜ
କେଁ କେଁ କେଁ ଦୋଳି ମଉଜ
କେଁ କେଁ କେଁ ଦୋଳି ମଉଜ
ସାଥି ଖୋସି ଦେଲା ଗୋଲାପ ସଜ
ଖୋସି ହାତ ଧରେ ମୋ' ମନରାଜ
ମୋ ମନରାଜ ଲୋ
ସ୍ପନ୍ଦନ ବଢ଼ଇ ତେଜ।
ବନସ୍ତେ ଡାକିଲା ଗଜ
ଜଗନ୍ନାଥ ନାମ ଭଜ
ଜଗନ୍ନାଥ ନାମ ଭଜ
ସଂସ୍କୃତି ଐତିହ୍ୟ ଦିବସ ଆଜ
ଆସ ଆମେ ଦୋଳି ଖେଳିବା ଆଜ
ଖେଳିବା ଆଜ ଲୋ
ହେବା ରଜ ସଜବାଜ ।
ବନସ୍ତେ ଡାକିଲା ଗଜ
