STORYMIRROR

janaki mahanta

Others

3  

janaki mahanta

Others

ମାଟିର ମହକ

ମାଟିର ମହକ

1 min
158

ମାଟିର ମହକ

ମା'ମାଟି ମହକ

ବାସିଯାଏ ମହ ମହ 

ଜନମ ଭୂଇଁରେ

ପାଦ ଥାପେ ଧୀରେ

ଝରି ଯାଏ ଖୁସି ଲୁହ।।


ଆତ୍ମୀୟତା ଭରା

ପ୍ରୀତିର ପସରା

ବାପାଙ୍କ ଅମାପ ସ୍ନେହ 

ଭାଇ ଭଉଣୀଙ୍କ

ଶାଶୁ ନଣନ୍ଦଙ୍କ 

ମିଳେ ଅଯାଚିତ ମୋହ।।


ଖାଲି ପଣତରେ

ସାଉଁଟିକି ଭରେ

ଆଦର ଅମୁଲ ମୁଲ 

ମନ ତ ବୁଝେନା

ରହି ବି ପାରେନା

ଏ ଯାତ୍ରା ମୋର ଅମୂଲ୍ୟ ।।


ଦେଖୁ ଦେଖୁ ଦିନ

ସରିଯାଏ ଧନ

ଆସେ ବିଦାୟର ବେଳା 

ଲୁହ କୋହ ଧରି 

ଯାଉଛି ବାହୁଡ଼ି 

ନେଇ ସ୍ମୃତି ମଧୁବୋଳା।।


ସବୁଜ ପଣତେ

ଆଖି ଲୁହ ପୋଛି

ବିଦାୟ ଦିଏ ମା' ମାଟି 

ହେ ବନ୍ଧୁ ବିଦାୟ

ଫେରିବି ନିଶ୍ଚୟ

ଫେରିବି ଓଡ଼ିଶା ମାଟି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍