Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

janaki mahanta

Inspirational

4  

janaki mahanta

Inspirational

ମାଟିର ମହକ

ମାଟିର ମହକ

1 min
287


ଆକାଶ ତୋ' ପିତା ମାଟି ତୋର ମାଆ

ମନେ ରଖିଥିବୁ ତୁହି,

ପିତା ମାତା ପରା ଚଳନ୍ତି ପ୍ରତିମା

ଏକଥା ଭୁଲିବୁ ନାହିଁ ।


କହିବାକୁ ସତ ହେବୁନି କୁଣ୍ଠିତ

ଜମାରୁ ଡରିବୁ ନାହିଁ,

ମିଥ୍ୟା ଆଗେ ତୁହି ମୁଣ୍ଡ ନ ନୁଆଇଁ

ଚାଲ ସ୍ୱଚ୍ଛ ମନ ନେଇ ।


ବଡ଼ଙ୍କୁ ସମ୍ମାନ ଛୋଟ' ସ୍ନେହ ଦାନେ

ସଙ୍କୋଚ କରିବୁ ନାହିଁ,

ମନତଳ କଥା ବୁକୁ ତଳ ବ୍ୟଥା

ଖୋଲି କହିବୁରେ ତୁହି ।


ପାଳି ଶାଳୀନତା ରଖିବୁ ମର୍ଯ୍ୟାଦା

ପିନ୍ଧିବୁ ତନୁ ଘୋଡ଼ାଇ,

ଭୁଲ୍ ରାସ୍ତାରେ ଯେ ସାଙ୍ଗ ସାଥି ମେଳେ

ଯିବୁ ନାହିଁ ଧନ ତୁହି ।


ସଅଳ ଶୋଇବୁ ସଅଳ ଉଠିବୁ

ପ୍ରାତଃ ସ୍ନାନ କର ତୁହି,

ପିଜ୍ଜା ଓ ବର୍ଗର ମ୍ୟାଗି ଚାଓମିନ

ଦେହ ପାଇଁ ଭଲ ନାହିଁ ।

 

ମାୟାର ସଂସାର ମିଥ୍ୟା ଛଳନାର

ରୁହ ସାବଧାନ ହୋଇ,

ସବୁକଥା ଧନ କହ ଖୋଲି ମନ

ଯେବେ ଅନ୍ତେବାସୀ ଥାଇ ।


ହାତେ ମାପି ତହିଁ ଚା'ଖଣ୍ଡେ ଚାଲିବୁ

ମାନବିକତାକୁ ନେଇ,

ଉତ୍ତମ ଚରିତ୍ର ଗଠନ କରିବୁ

ପ୍ରଭୁଙ୍କର ନାମ ଧ୍ୟାୟୀ ।


ସୁରା ପାନ ନିଶା ପାଶ୍ଚାତ୍ୟର ଦ୍ରବ୍ୟ

କେବେ ତୁ ଛୁଇଁବୁ ନାଇଁ,

ତୋର ଜୀବନର ତୁ ନିଜେ ନିର୍ମାତା

ଏକଥା ଭୁଲିବୁ ନାହିଁ ।


ନିଜ 'ପରେ ଦୃଢ଼ ବିଶ୍ୱାସ ରଖିବୁ

ତୋ'କର୍ମ ଭୁଲିବୁ ନାହିଁ,

ମାଆ ବାପା ତୋର ଦେବେ ସମର୍ଥନ

ଆଶୀର୍ବାଦ ଥିବ ରହି ।


ମାଆ ବାପା ଭଳି ବନ୍ଧୁ ଟିଏ କାହିଁ

ଜଗତେ ପାଇବୁ ନାହିଁ,

ଝଡ଼ ଝଞ୍ଜା ଯେତେ ଆସୁ ପଛେ ପ୍ରାଣେ

ଧୈର୍ଯ୍ୟ ହରାଇବୁ ନାହିଁ ।


ଯେଉଁଠି ତୁ ଯାଆ ଭଲରେ ତୁ ଥାଆ

ଚିନ୍ତା ତୁ କରିବୁ ନାହିଁ,

ବିଭୁ ପାଦେ ତୋତେ କଲି ସମର୍ପଣ

ଇଚ୍ଛା ପୂର୍ଣ୍ଣ କର ସାଇଁ ।


Rate this content
Log in

Similar oriya poem from Inspirational