ମୁରିକି ହସ ମଧୁର କଣ୍ଠ
ମୁରିକି ହସ ମଧୁର କଣ୍ଠ
ମୁରୁକି ହସ ମଧୁର କଣ୍ଠ କିଣିନିଏ ମୋର ମନ
ସବୁରି ବେଳେ ତୁମରି ପାଖେ ରହିଥାଏ ମୋର ଧ୍ୟାନ ।
ପ୍ରଥମେ ଦେଖି ତୁମକୁ ସଖି ଲାଖିଗଲା ମୋର ଆଖି
ପ୍ରେମରେ ପଡି ହୃଦୟ ଦେଲି ପ୍ରେମରଙ୍ଗ ମୁହିଁ ମାଖି
ତୁମକୁ ପାଇ ହରଷ ହୋଇ ପାଇଲି ମୁଁ ପ୍ରେମ ଜ୍ଞାନ
ମୁରୁକି ହସ ମଧୁର କଣ୍ଠ କିଣିନିଏ ମୋର ମନ ।
ତୁମରି ରୂପ କ୍ଷଣିକ କୋପ ମନେ ମୋ ଆନନ୍ଦ ଭରେ
ଦୁଃଖକୁ ନାଶି ହୃଦୟେ ପଶି ବିଷାଦ ମୋହର ହରେ ।
ଗୋଲାପି ଓଠେ କୁଞ୍ଚିତ କେଶେ ଦିଶୁଛ ସୁନ୍ଦର ଭାରି
ଭାବଇ ମୁହିଁ ତୁମକୁ ପାଇ ସ୍ୱର୍ଗରୁ ଆସିଛି ପରି
ଯେଉଁଠି ଯାଅ ପ୍ରଶଂସା ପାଅ ଆନନ୍ଦ ହୁଏ ସେ ସ୍ଥାନ
ସବୁରି ବେଳେ ତୁମରି ପାଖେ ରହିଥାଏ ମୋର ଧ୍ୟାନ ।
ଧନ ମୋ ନାହିଁ ମୋହରି ପାଇଁ ତୁମେ ମୋ ବିଶାଳ ଧନ
ମୁରୁକି ହସ ମଧୁର କଣ୍ଠ କିଣିନିଏ ମୋର ମନ ।।

