Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Others

4  

sumanta behera

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
271


ଜଗତର ନାଥ ଆହେ ଜଗନ୍ନାଥ

   ଜଗତ ଜନଙ୍କ ମିତ

ତୁମକୁ ଦେଖି ମୋ ଖୁସି ହେଲା ମନ

   ଆନନ୍ଦେ ନାଚିଲା ଚିତ୍ତ ।


ଟେକି ଦୁଇ ହାତ ସମର୍ପିତ ହେଲା

  ତୁମ ପାଶେ ମୋର ହୃଦ

କ୍ଷଣିକ ସମୟେ ଚାଲିଗଲା ଯେତେ

  ହୃଦେ ଥିଲା ମୋର ଖେଦ ।


ଅଟକି ଗଲା ମୋ ଚକ୍ଷୁ ତୁମ ପାଶେ

  ହୃଦେ ଭରିଗଲା ପ୍ରୀତି

ତୁଣ୍ଡ ଉଚ୍ଚାରିଲା ଜୟ ଜଗନ୍ନାଥ 

  ସ୍ଥିର ହେଲା ମୋର ମତି ।


କର୍ଣ୍ଣେ ଶୁଣାଗଲା ତୁମ ନାମ ପ୍ରଭୁ

   ପ୍ରଫୁଲ୍ଲିତ ହେଲା ପ୍ରାଣ

ଦେଖି ତୁମ ମୁଖ ଶରୀରରେ ମୋର

  ସୃଷ୍ଟି ହେଲା ଶିହରଣ ।


ଅପୂର୍ବ ମହକେ ମହକି ଉଠିଲା 

   ସେଠାକାର ପରିବେଶ

ଧନ୍ୟହେଲି ସେହି ମହକ ପାଇ ମୁଁ

  ଆହେ ପ୍ରଭୁ ହୃଷିକେଶ ।



Rate this content
Log in