ହରଣ
ହରଣ
କିଏ ହରି ନେଲା ନୀଳ କଇଁ ସୁଖ
ତା ପ୍ରେମରେ ପୂର୍ଣ୍ଣ ଛେଦ
ପ୍ରାଚୀ ନଭ କୋଳେ କାହିଁକି ଉଇଁଲା
ଈର୍ଷାରେ ଜଳେ କୁମୁଦ ।
କାହିଁ ଥିଲା ସେଇ କଳା ବାଦଲଟି
ଢାଙ୍କିଲା ଆଦିତ୍ୟ ଦେବ
ହରି ନେଲା ସିଏ ପଙ୍କଜର ପ୍ରେମ
ଅଭିମାନେ ଅରବିନ୍ଦ ।
ପଙ୍କଜ ପ୍ରେମରେ ଧୂଳି ଦେଲା ସିନା
ସିଏ କି ତିଷ୍ଠିଲା ରହି
କ୍ଷଣକ ଭିତରେ ଶୂନ୍ୟେ ହଜିଗଲା
କମଳ ହିଁ ଚିରସ୍ଥାୟୀ ।
ହରଣ କରନି କାହା ପ୍ରେମ କେବେ
ଆତ୍ମା ସହ ତାହା ବନ୍ଧା
ଶାଶ୍ଵତ ସେ ଅଟେ ପବିତ୍ର ସେ ଗଙ୍ଗା
ଜୀବନ ଡୋରିରେ ଛନ୍ଦା।।

