Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ସ୍ବର୍ଗାଦପି ଗରିୟସୀ

ସ୍ବର୍ଗାଦପି ଗରିୟସୀ

1 min
324



ଜନନୀ ଜନ୍ମଭୂମିଶ୍ଚ 

       ସ୍ବର୍ଗାଦପି ଗରିୟସୀ

ଲକ୍ଷ୍ମଣଙ୍କୁ ରାମଚନ୍ଦ୍ର 

       କହିଥିଲେ ହସିହସି।


ରାବଣ ନିଧନ ପରେ 

        ଲଙ୍କା ପୁରୀ ହେଲା ଶାନ୍ତ

ଅଶୋକ ବନରୁ ମାଆ 

       ଜାନକୀ ହୋଇଲେ ମୁକ୍ତ।


ବିଭିଷଣ ଶ୍ରୀରାମଙ୍କୁ 

        କରିଲେତ ନିବେଦନ

ବିଜେ ହୁଅନ୍ତୁ ହେ ପ୍ରଭୁ 

         ସ୍ବର୍ଣ୍ଣ ଲଙ୍କା ସିଂହାସନ।


ଆପଣଙ୍କ ବିନା ଜଣେ 

        ଯୋଗ୍ୟ ଆଉ ନାହିଁ କେହି

ଏହି ସ୍ବର୍ଣ୍ଣ ସିଂହାସନ 

         ପ୍ରଭୁ, ଆରୋହଣ ପାଇଁ।


ଆପଣ ହୋଇଲେ ରାଜା 

         ଲଙ୍କା ପୁରୀ ହେବ ଖୁସି

ଧନ୍ୟ ହୋଇବେ ପ୍ରଭୁ ହେ 

         ସାରା ଲଙ୍କା ପୁର ବାସୀ।


ବିଭିଷଣ ଙ୍କ କଥାକୁ

         କରି ତହିଁ ସମର୍ଥନ

ଶ୍ରୀରାମ ଙ୍କୁ କହିଲେ ତ 

         ବୀର ଅନୁଜ ଲକ୍ଷଣ।


ହେ ଅଗ୍ରଜ ଅଯୋଧ୍ୟା କୁ 

          କୁହ କାହିଁକି ଫେରିବା 

ଲଙ୍କା କଟକରେ ଆମ୍ଭେ

          ନିଶ୍ଚେ ଆନନ୍ଦେ ରହିବା ।


ଅଯୋଧ୍ୟା ର ସିଂହାସନେ 

        ଏବେ ଭରତ ଯେ ରାଜା 

ତାଙ୍କ ସହ କୁହ କିଆଁ 

         ବୃଥା ବିଵାଦ କରିବା !


ଲକ୍ଷ୍ମଣଙ୍କ ମନ କଥା 

        ଶୁଣି କୁହନ୍ତି ଶ୍ରୀରାମ

କି ହୋଇବ ଆମ୍ଭର ବା 

        ରାଜ୍ଯ ରାଜସିଂହାସନ ।


ଆମ୍ଭ ପାଇଁ ବଡ ଆମ

         ପ୍ରିୟ ଅଯୋଧ୍ୟା ନଗର

ମାଟି ପାଣି ତାର ସବୁ 

          ଆମ ପାଇଁ ଆପଣାର।


ସ୍ବରଗ ଠୁ ବଡ଼ ସିଏ  

         ପୁଣି ସାଗର ଠୁ ବଡ଼ 

ଜନମ ମାଟି ଆମର 

         ମାଆ ସେ ଅଯୋଧ୍ୟା ଗଡ଼।


ସଂସ୍କୃତ ରେ ଶ୍ଳୋକଟିଏ 

          ତହିଁ କହିଥିଲେ ପ୍ରଭୁ

''ଆନନ୍ଦ ରାମାୟଣରେ'' 

          ଯାହାଲେଖା ଅଛି ସବୁ ।


"ମିତ୍ରାଣୀ ଧନ ଧାନ୍ଯାନି ପ୍ରଜାନାଂ ସମ୍ମତାନିବ 

ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରିୟସୀ "।


ପ୍ରଭୁଙ୍କର ସେହି କଥା 

           ଶୁଣି ସବୁ ହେଲେ ଧନ୍ୟ 

ମାଆ ମାଟି ପାଇଁ ଆହା 

           ସତେ ପ୍ରେମ ଏ ଅନନ୍ୟ।


ସଭିଙ୍କୁ କହିଲେ ପ୍ରଭୁ 

        ଏବେ ହେବାକୁ ପ୍ରସ୍ତୁତ

ରାଜ୍ଯେ ଲେଉଟାଣି ବେଳ

         ଆହା ଆସି ଉପଗତ ।


ଚାଲ ସବୁ ଯିବା ଆମେ 

           ଫେରି ଅଯୋଧ୍ୟା ପୁରୀକୁ

ବନ୍ଧୁ ବିଭିଷଣେ ଦେଇ 

           ତାଙ୍କ ଏ ଲଙ୍କା ରାଜ୍ୟ କୁ ।


ବିଭିଷଣଙ୍କର ପ୍ରିୟ

         ଜନ୍ମଭୂମି ଲଙ୍କା ଏହି

ସରଗଠୁ ବଡ ଏତ 

         ନିଶ୍ଚେ ତାଙ୍କ ପୂଣ୍ୟ ଭୂଇଁ।


ଲଙ୍କା ବାସୀ ହେବେ ଖୁସି 

          ସେ ଯେବେ ହେବେ ରାଜନ

ସୁଖରେ ପାଳିବେ ରାଜ୍ୟ 

          ନାୟ ଧର୍ମେ ରଖି ମନ।


ସିଂହାସନେ ବିଭିଷଣେ

          ପ୍ରଭୁ ଅଭିଷିକ୍ତ କରି

ରାମ ଲକ୍ଷ୍ମଣ ଜାନକୀ 

        ଆସିଲେ ଅଯୋଧ୍ୟା ଫେରି।


ଶ୍ରୀରାମ ଙ୍କ ବାଣୀ ଆଜି 

         ଧରଣୀ ହେଉଛି ଘୋଷି

ଜନନୀ ଜନ୍ମଭୂମିଶ୍ଚ 

        ସ୍ବର୍ଗାଦପି ଗରିୟସୀ।


Rate this content
Log in

Similar oriya poem from Inspirational