STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ରାଷ୍ଟ୍ରୀୟ ଧ୍ଵଜା

ରାଷ୍ଟ୍ରୀୟ ଧ୍ଵଜା

1 min
279


ମୋଦେଶର ଗର୍ବ ଗୌରବ ରାଷ୍ଟ୍ରୀୟ ଧ୍ଵଜା ମୋର

ବଖାଣି ବାଣ୍ଟିଛି ସୌରଭ ଅହିଂସା ମନ୍ତ୍ର ତାର

ତ୍ରୀରଙ୍ଗା ବିଭାସେ ମୌତ୍ରେୟ ଗୁଣେ ଅନୁରଣିତ 

ଯାପାଇଁ ରକତ ବହିଛି ଗାଇ ଯାତି ସଙ୍ଗୀତ ।।


ଚକ୍ରାକାର ଏହି ପୃଥିବୀ ସର୍ବ ଭାଇ ଭଉଣୀ

ବସୁଧା କୁଟୁମ୍ବ ଭାବନା ମନେ ଦିଅଇ ଆଣି

ମଧ୍ୟ ଭାଗେ ଚକ୍ର ଅଶୋକ ଶାନ୍ତି ପ୍ରୀତି ପ୍ରତିକ

ରାଷ୍ଟ୍ରୀୟ ଧ୍ଵଜା ମୋ ଗରିମା ରଖି ଅଛି ସେ ଟେକ ।।


ରତ୍ନ ଗର୍ଭା ମୋର ଜନନୀ ଖଣି ଖଦାନ ପାଇଁ

ଢାଉ ରଙ୍ଗେ ଶୋହେ ସବୁଜ ଶସ୍ୟ ଶ୍ୟାମ ବନାନୀ

ଧବଳ ଶାନ୍ତିର ପ୍ରତିକ ତହିଁ ଅଶୋକ ଚକ୍ର

ଏମନ୍ତ ଶୋଭାରେ ଶୋଭିତ ମୋର ରାଷ୍ଟ୍ରୀୟ ଧ୍ଵଜ ।।


ସତ୍ୟ,ଶାନ୍ତି,କ୍ଷମା ତ୍ରିବିଧ ଗୁଣେ ମୋ ଦେଶ ଜୈତ୍ରୀ

ତ୍ରିରଙ୍ଗା ଉଡୁଛି ଉଡିବ ଗାଅ ଜାତୀୟ ଗୀତି ।।


Rate this content
Log in

Similar oriya poem from Inspirational