Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଶ୍ରାବଣ ଆଗମେ ଧରା ହସଇ

ଶ୍ରାବଣ ଆଗମେ ଧରା ହସଇ

1 min
229



ପୁନେଇଁ ପରବ ସମ୍ଭାର ନେଇ

ଶ୍ରାବଣ ଆଗମେ ଧରା ହସଇ

ବରଷଇ ବାରିଧାରା

ବରଷା ଆସିଛି ସାଥିରେ ଆଣିଛି

କୃଷିର ପରବ ପରା ।


ଆନନ୍ଦେ ହସୁଛି ଧରଣୀରାଣୀ

ଦିନ ରାତି ଏବେ ବରଷେ ପାଣି

ତରୁଲତା ନବରୂପ

ଧରି ବିରାଜନ୍ତି କିଶଳୟ ପନ୍ତି

ଦିଶନ୍ତି କି ଅପରୂପ ।


ସବୁଜ ଗାଲିଚା ଧରଣୀ ଶାଢୀ

ଦିଶେ କି ସୁନ୍ଦର ରହିଛି ଜଡି

କୁସୁମକାନ୍ତି ବିକଶେ

ବାସ ଚହଟଇ ମହକରେ ତାର

ଚଉଦିଗ ଏବେ ବାସେ ।


ଆସେ ଚିିତାଲାଗି ଅମାବାସିଆ

ଶ୍ରୀଜଗନ୍ନାଥଙ୍କ ପରବ ଏହା

ପ୍ରଭୁଙ୍କର ମସ୍ତକରେ

ସୁନାଚିତା ଲାଗେ ଉଲାଗି ହେଲା ଯା

ସ୍ନାନଯାତ୍ରା ସମୟରେ ।


ଚିତୋଉ ପିଠା ହୁଏ ଘରେ ଘରେ

ଭୋଗ ଲାଗେ ଠାକୁରଙ୍କ ପାଖରେ

ଧାନବିଲେ ନେଇ ପିଠା

ଧାନଗଛ ମୂଳେ ପୋତନ୍ତି ତାହାକୁ

ରକ୍ଷା ହେବ ଗେଣ୍ଡାକଟା ।


ଶ୍ରୀଜଗନ୍ନାଥଙ୍କ ଝୁଲଣ ଆସେ

ମଠ ମନ୍ଦିର ସତେ ଅବା ହସେ

ଜରି ଜମ୍ବୁରାର କୁଞ୍ଜେ

ଶ୍ରୀରାଧା ଶ୍ରୀକୃଷ୍ଣ ବିରଚନ୍ତି ରାସ

ଭକତଙ୍କ ମନ ରଞ୍ଜେ ।


ବଳଭଦ୍ର ଜନ୍ମ ଗହ୍ମାପୁନେଇଁ

ରକ୍ଷାବନ୍ଧନର ପରବ ନେଇ

ଆସିଛି ଶ୍ରାବଣ ମାସ

ଭାଇ ଭଉଣୀଙ୍କ ସ୍ନେହର ବନ୍ଧନ

ରାକ୍ଷୀ ପରବ ବିଶେଷ ।


ଶ୍ରାବଣ ପୁଲକ ଆଣେ ମନରେ

ପୁନେଇଁ ପରବ ଆଣେ ସମ୍ଭାରେ

ଶ୍ରାବଣ ଆଗମେ ଧରା

ହସି ଉଠେ ଆମ ସଂସ୍କୃତି ମହାନ

ଉତ୍କଳୀୟ ପରମ୍ପରା ।


Rate this content
Log in

Similar oriya poem from Inspirational