Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଅପରିଚିତ ବ୍ୟକ୍ତି

ଅପରିଚିତ ବ୍ୟକ୍ତି

1 min
393



ଇଏ କିଏ ଇଏ କିଏ ?

କିଏ ସେ ଜାଣିଛ କିଏ ସେ ଚିହ୍ନିଛ

କହତ ଏବେ ଟିକିଏ ॥

କୁଆଡୁ ଆସିଲା ଘରେ ପଶିଗଲା

ଅଜଣା ଅଦେଖା ଇଏ ।

କୁଳ ଶୀଳ ତାର କିଛି ଜଣାନାହିଁ

କିଏ ଜାଣିଛ ଏ କିଏ ?

ଜଣାଶୁଣା ନାହିଁ କେବେ ଦେଖାନାହିଁ

କୁଆଡୁ ଆସିଲା ଇଏ ?

କେହି ଜଣେ ତାକୁ ଚିହ୍ନି ତ ନାହାନ୍ତି

ଅପରିଚିତ ତ ଇଏ ॥

ଘରଲୋକ ସବୁ ଘେରିଗଲେ ଯାଇ

ଅପରିଚିତ ବ୍ୟକ୍ତିକୁ ।

କିଏ ତୁମେ କହ ତୁମ ନାମ ଧାମ

କହିବ ଟିକେ ଆମକୁ ॥

କଅଣ କରୁଛ କେଉଁଠି ରହୁଛ

କାହିଁକି ଆସିଛ କହ ।

ସମସ୍ତଙ୍କ ପ୍ରଶ୍ନ ଶୁଣି ସେ କହିଲା

କହୁଛି ଟିକିଏ ରହ ॥

ପ୍ରଶ୍ନ ଶୁଣି ହଡବଡେଇ ଗଲିଣି

ଏକାଥରକେ ସମସ୍ତେ ।

ପଚାରୁଛ ମୋତେ କି ଉତ୍ତର କହ

କାହାକୁ ଦେବି ମୁଁ କେତେ ?

ଏକମନ ହୋଇ କହୁଛି ସଭିଏଁ

ଶୁଣ ମୁଁ ଅପରିଚିତ ।

ବ୍ୟକ୍ତିଟିଏ ମୁହିଁ ନାହିଁ ମୋ ଠିକଣା

ନାମ ମୋହର ବହୁତ ॥

କୁଆଡେ ଆସିଛି କାହିଁକି ଆସିଛି

କିଛି ମୋତେ ଜଣାନାହିଁ ।

କିଏ ଯଦି ଜାଣ ମୋ ନାଁ ଗାଁ ଠିକଣା

ଦେବ କି ମୋତେ ବତାଇ ॥

ହତବାକ ହେଲେ କଥା ଶୁଣି ତାର

ସଭିଏଁ ହୋଇଲେ ତୁନି ।

ଅପରିଚିତ ଏ କୁଆଡୁ ଆସିଲା

କଥା ତା ବୁଝି ହେଉନି ॥



Rate this content
Log in

Similar oriya poem from Inspirational