STORYMIRROR

Sasmita Mohanty

Inspirational Others

4  

Sasmita Mohanty

Inspirational Others

ମୋ ଦେଶ ଭାରତ।

ମୋ ଦେଶ ଭାରତ।

1 min
401


ଭାରତ ମାତାର ସନ୍ତାନ ବୋଲି

 ଗର୍ବରେ ବଞ୍ଚିଚୁ ମନକୁ ଖୋଲି।

କିଏ କହିବ ଆମ ଦେଶୁ ବଳି 

 ଅଛି କୋଉଠି ଭାତ୍ରୁ ଭାବ ମେଳି।

ବୀର ଯୋଦ୍ଧା ଗଣ ଜନମ ଦେଇ

ଦେଶ ବିଦେଶରେ ପୁଜନୀୟା ସେହି।

ସ୍ଵର୍ଣ୍ଣ ଗର୍ଭା ଆମ ଏ ଭାରତ ଭୂମୀ

ତାର ତୁଲ୍ୟ କେହି ଜଗତେ ନାହିଁ।

ଧର୍ମ ନ୍ୟାୟ ପୂନ୍ୟ ସଂସ୍କାର ସମ୍ମାନ

ପ୍ରତି ସନ୍ତାନରେ ଭରିଚି ସେ ଜ୍ଞାନ।

ମା ଠାରୁ ବଳି ନାହଁ କେ ମାନ୍ୟ

ତାକୋଳେ ଜନ୍ମି ହୋଇଚୁ ଧନ୍ୟ।

ଆମଠୁ କେହି ନୁହେଁ ଭାଗ୍ୟବାନ

ଆମେ ଯେ ଭାରତ ମାର ସନ୍ତାନ।

ଜ୍ଞାନରେ ଭାରତ ଉଛୁଳା ଶ୍ରୋତ

ବିଦେଶେ ବିଜ୍ଞାନେ ନାହିଁ ତା ଭିତ।

ବୁଦ୍ଧି ଜ୍ଞାନ ବାହୁ ବଳେ ଗର୍ବିତ

ମସ୍ତକ ଟେକି ଆଣେ ଜିତା ପଟ।

କଳା କାରିଗରୀ ଯେତେ କୌଶଳ

ଭରି ରହିଛି ଯେ ଭାରତ କୋଳ।

ଯାହା ନାହିଁ ଆମ ମାର କୋଳେ

ତାହା ନାହିଁ ସାରା ମହୀ ମଣ୍ଡଳେ।

ସେଥି ପାଇଁ ପରା ଭାରତ ମହାନ୍

ଜୟ ଜବାନ୍ ଜୟ କିସାନ୍।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational