STORYMIRROR

Sasmita Mohanty

Others

3  

Sasmita Mohanty

Others

ତୁମ ପାଇଁ,,

ତୁମ ପାଇଁ,,

1 min
125

ତୁମ ପାଇଁ ଖାସ୍ ତୁମ ପାଇଁ ବଞ୍ଚିବାକୁ

ଆଜି କାହିଁକି ହେଉଛି ପ୍ରବଳ ଇଛା ।

ହେଲେ ଏହି ଇଛାର ବାଟ ଓଗାଳିବାକୁ

ପହଞ୍ଚି ଗଲେଣି ଋଗ୍ଣତାର ଯୋଦ୍ଧା ବିର ମାନେ

ଚାଂହିଲେବି ସେମାନଙ୍କୁ ଅଟକାଇ ପାରେ ନାହିଁ 

ନାହିଁ ଆଉ ବୟସ ବୃକ୍ଷରେ ବଳ ଆଉ ଶକ୍ତି।

ଜିବନର ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ କରିଥିଲି

ତୁମରି ଆଗ୍ରହକୁ ମୁଁ ପ୍ରତୀକ୍ଷା,

ଆଜି ସେହି ପ୍ରତୀକ୍ଷାର ଅନ୍ତ ହେଲା ପରେ

ମୋ ପାଖରୁ ଲିଭି ଆସେ ବୟସର ସୀମା ରେଖା।

ତୁମକୁ ପାଇବାର ଅନାବିଳ ମୋହଟା ନିରୁପାୟ ହୋଇ ନିରବରେ ଝରାଉଛି ଆଖିରୁ ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍