STORYMIRROR

Sasmita Mohanty

Others

3  

Sasmita Mohanty

Others

ଅନ୍ତର ଦାହ

ଅନ୍ତର ଦାହ

1 min
104

ଶୈଶବରୁ କିଶୋରୀତ୍ୱ ପର୍ଯ୍ୟନ୍ତ

ପ୍ରତି ପାଦେ ଅପେକ୍ଷା କରିଆସିଥିଲି

ତୁମରି ପାଦ ଶବ୍ଦକୁ.

ହେଲେ ତୁମେ ଯେ ମତେ

ଠକି ଆସୁଥିଲ ଏ କଥା ମୁଁ ବା ଜାଣିଥାନ୍ତି

କେମିତି?

ତୁମେ ତ କଥା ଉପରେ କଥା ଦେଇ ଅସୁଥିଲ

ମୋ ବ୍ୟତୀତ ତୁମର ଆତ୍ମୀୟ କେହି ନାହିଁ.

ହେଲେ ଆଜି ଯେତେବେଳେ ମୁଁ

ମୋ ଅଧିକାର ଚାହିଁଲି

ସେତେବେଳେ ମୁଁ ତୁମ ପାଇଁ

ଅର୍ଥ ହିନ ହୋଇଗଲି.

କାରଣ ତୁମେ ତୁମ ଭାଗ ଅଧିକାର ସବୁ

ମାଗିବା ପୂର୍ବରୁ ମୁଁ କର୍ତବ୍ୟ ଭାବି

ତୁମକୁ ସମର୍ପି ଦେଇଥିଲି.

ମୋ ମନରେ ଅବଶୋଶ ନାହିଁ ସେଥିପାଇଁ

କିନ୍ତୁ ଦୁଃଖ ରହିଗଲା ମୁଁ ମୋ

ଅନ୍ତର ଆତ୍ମାରେ ତୁମ ପାଇଁ ଥିବା

ସମସ୍ତ ଆନ୍ତରିକତାର ଆପଣା ଭାବକୁ

ମନର ଯୁଇରେ ଦାହ କରି ଦେଲି ବୋଲି.

ତୁମେ ଆଜି ଏକା ତୁମ ପାଖରେ ତୁମ

ଦୁଃଖ ଦରଦର ସାଥୀ ତ ଦୂର କଥା

ସୁଖର ସାଥୀ କେହି ନାହାନ୍ତି.

ତୁମେ ଆଜିଠୁ ଯେତେ ପାର

ମନ ଖୋଲି ନିଜ ପାଇଁ ବଞ୍ଚି ପାର.

ଯେତେ ପାର ସେତେ ହସି ପାର.

ଆଉ ସମ୍ବନ୍ଧ ସମୁଦ୍ରରେ ରହି ବି

ଏକାକି ଆତ୍ମା ଭରି କାନ୍ଦିପାର.

ହେଲେ ମୋ ଅନ୍ତରରେ ତୁମେ ଯେ

ପାଉଁଶ ହୋଇ ସାରିଛ.

ଏ କଥା ମୁଁ ତୁମକୁ ମୁକ୍ତ କଣ୍ଠରେ

ସ୍ପଷ୍ଟ ଭାବେ କହିରଖୁଛି.

ଚାହିଁଲାନି ଆତ୍ମା ଵୃଦ୍ଧାପାରେ

ସାଜିବାକୁ ତୁମ ଆପେକ୍ଷିକ.

ସେଥିପାଇଁ କରିଦେଲା ତୁମକୁ

ଅନ୍ତର ଦାହ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍