STORYMIRROR

Sasmita Mohanty

Others

3  

Sasmita Mohanty

Others

ପ୍ରେମ

ପ୍ରେମ

1 min
367



ପ୍ରେମ ପରା ସେ ଚିର ଶାଶ୍ୱତ

ବଞ୍ଚିବାକୁ ସେ ଏକା ଅମୃତ.

ଅନ୍ତୁଡ଼ି ସାଳରେ ମା'ର କୋଳେ

ଛାତିରୁ ଝରି ମମତା ବୋଳେ.

ଅନ୍ତରେ ଭରି ଗେଲ ବସର

ସନ୍ତାନେ ଦିଏ ଶ୍ରଦ୍ଧା ଅପାର.

ପ୍ରେମ ର ନୁହେଁ ଗୋଟିଏ ରୂପ

କାଳ ପାତ୍ରେ ତା କୋଟିଏ ରୂପ.

ଭକତି ଭାବେ ସେ ଦେବଦାସୀ

କରୁଣା ଲଭେ ଈଶ୍ୱର ତୋଷି.

ବିଶ୍ୱାସ ମଧ୍ୟେ ନିଶ୍ୱାସ ଭରି

ଖୁସିରେ ବଞ୍ଚେ ଜୀବନ ଧରି.

ପରକୁ କରେ ଅତି ଆପଣା

ଶତ୍ରୁ ଜିତା ବାଟ ତାକୁ ଜଣା.

ସରଳ ପଣେ ସେ ତରଙ୍ଗିଣୀ

ବଚନ ମଧ୍ୟେ ମଧୁ ଭାଷିଣୀ.

ସୁଖ ସାନ୍ତିକୁ ଏଖାଟି କରି

ଦିଏ ସୁବର୍ଣ୍ଣ ସଂସାର ଗଢି.

ହସ ଫୁଟାଏ ସଭିଙ୍କ ଓଠେ

ଲୋଡ଼େ ସେ ଖାଲି ଆଦର ମୁଠେ.

ଜଗତ ଜିତା ଦେବ ଦୁହିତା

ମର୍ତ୍ୟରେ ସୁଖ କରେ ପ୍ରତିଷ୍ଠା.

ପ୍ରେମ ନାମଟି ବହି ସଂସାରେ

ପର ଆପଣା ନିବିଡ କରେ.

=== ସମାପ୍ତ ====


ସସ୍ମିତା ମହାନ୍ତି

ଗ୍ରାମ. ବସନ୍ତପୁର.

ପୋଷ୍ଟ. ନରଡ଼l.

Via. ତେଣ୍ଡାକୁଡ଼ା

Dist. କେନ୍ଦ୍ରାପଡା. state. ଓଡିଶା. pin.754134


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍