STORYMIRROR

Sasmita Mohanty

Others

3  

Sasmita Mohanty

Others

ନାରୀ

ନାରୀ

1 min
136

ନାରୀର ଜୀବନ ଦୁଇଟି ପର୍ଯ୍ୟାୟ ପାଞ୍ଚଟି ଶୀର୍ଷକ,

କନ୍ୟା, ଭଗ୍ନୀ, ବଧୂ,ଜାୟା, ଜନନୀ

ପାଞ୍ଚ ଭାଗେ ବିଭାଜନ ତା ଜୀବନ କାହାଣୀ।

କନ୍ୟା ରୂପେ ସେ ଅଲିଅଳି ଆଦରଣିୟା ଭାରି ।

ଭଗ୍ନି ରୂପେ ସ୍ନେହ ସରଧାରେ ଗେହ୍ଲେଇ ରାଣି।

ଜନମୁ ବଢ଼ିଥାଏ ପିତୃଗୃହେ ଇଛାଧାରି ସେହି।

ମା'ର ପ୍ରାଣ ସେ ବାପାର ଆତ୍ମା। ଭାଇର ଗେହ୍ଲେଇ।

ପ୍ରାପ୍ତ ବୟସେ ବଧୁସାଜି ଚାଲିଯାଏ ଶାଶୁ ଘର

ପିତା ମାତାଙ୍କର ଶ୍ରେଷ୍ଟ ଦାନ ହୋଇ

ଦୁଇଭାଗେ ନିଜକୁ ବିଭାଜିତ କରି ।

ଆରମ୍ଭ କରେ କର୍ମ ମୟ ଜିବନକୁ କର୍ତ୍ତବ୍ୟ ନିଷ୍ଟ ହୋଇ

ଜାୟା ରୂପେ ସ୍ବାମୀ ସେବେ ପ୍ରାଣ ସଙ୍ଗିନୀ ସାଜି।

ସଭିଙ୍କୁ ଆପଣାର କରିନିଏ ମଧୂର ବଚନେ ମନ ଆତ୍ମାକୁ ତୋଷି। 

ସନ୍ତାନକୁ ଜନ୍ମ ଦେଇ ଜନନୀ ସାଜେ ସେ ମମତାମୟୀ

ଲାଳନ ପାଳନ କରିଥାଏ ପୁଣି ନିଜ ସନ୍ତାନେ ଜେତକ ଯତନ,

କେତେବେଳେ ଯେ ବିତିଯାଏ ତା ସାରା ଜୀଵନ ପାରେ ନାହିଁ ସେ ଜାଣି

କର୍ମ କର୍ତ୍ତବ୍ୟରେ ବାନ୍ଧିହୋଇ ସରିଯାଏ ଜୀବନଟା ମନେ ମନେ ବାପ ଘର ବିଚ୍ଛେଦର ଦୁଖ ଏକା ଏକା ସାହି।



Rate this content
Log in