STORYMIRROR

Sasmita Mohanty

Inspirational

3  

Sasmita Mohanty

Inspirational

ପବିତ୍ର ବନ୍ଧନ

ପବିତ୍ର ବନ୍ଧନ

1 min
130

ବରଷକେ ଥରେ ସିନା ଆସେ ରକ୍ଷା ବନ୍ଧନ 

ଭାଇ ହାତେ ଭଉଣୀ ବାନ୍ଧେ ମନାସି ଡୋର 

ବିପଦ ଆପଡେ ହୋଇବେ ସାହା ଠାକୁର. 

ଜୀବନରେ ମୋର ପଛେ ଆସୁ ଝଡ ଝାଂଜି 

ଭାଇ ପାଦରେ ମୋର କଣ୍ଟା ନଯାଉ ବାଜି. 

 ସୁଖ ସମ୍ପଦେ ଭରୁ ତା ଜୀବନ କଳସି. 

ଅଗଣାରେ ତାର ନିତି ନାଚୁଥାଉ ଖୁସି. 

ମୋ ଆୟୁଷ ନେଇ ସିଏ ହେଉ ଆୟୁଷ୍ମାନ. 

ଧନ ଧାନେ ସମ ହେଉ କୁବେର ସମାନ.. 

ଦୁନିଆଁ ଦାଣ୍ଡରେ ମିଳୁ ଇନ୍ଦ୍ରଙ୍କ ଆସନ. 

ମଙ୍ଗଳ ମନାସେ ନିତି ଭାଇ ପାଇଁ ଭଗ୍ନୀ 

ନିଜକୁ ଜାଳୁ ଥାଉ ପଛେ ଯାତନା ଅଗ୍ନି. 

ଭାଇ ଭଉଣୀର ପରା ବନ୍ଧନ ନିଆରା 

ଭଉଣୀ ବିନା ଭାଇ ଏକାଟିଆ ବାଆଁରା଼. 

ଭାଇର ଭଉଣୀ ପରା ହୃଦୟ ଲଳନା 

ଭଗ୍ନୀ ନୟନେ ଲୁହ ଭାଇ ଦେଖେନା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational