STORYMIRROR

Sasmita Mohanty

Others

3  

Sasmita Mohanty

Others

ଅସ୍ତିତ୍ବର ବିଳାପ

ଅସ୍ତିତ୍ବର ବିଳାପ

1 min
264

ସେଇ ବିଗତ ଦିନର ବର୍ଷା ରାତିର

ସ୍ମୃତିକୁ ମୋ ହୃଦୟରେ ସାଇତି ରଖିଛି

ତୁମେ ସିନା ଭୁଳିଗଲ ହେଲେ ମୁଁ ଜମା

ଭୁଲି ପାରିଲିନି ଅତୀତର ସେ ରାତିକୁ ।

ଜୀବନର ଚଲାପଥ ଯେତିକି ସରୁଛି

ରାତିର ଅନ୍ଧକାରେ ଅତୀତର ସ୍ମୃତିଟି

ପୁନେଇଁ ରାତିର ଗୋଟା ଜହ୍ନ ପରି ସେ

ମୋ ଯନ୍ତ୍ରଣା ଭରା ଛାତି କୋଳେ ହସୁଛି ।

ବଡ ଜଟିଳ ଏହି ଜୀବନ ଗଣିତ

ସୁଖ ଟା ସର୍ବଦା ଦୁଃଖେ ଫେଡ଼ି ହଉଛି

ସପନର ବାଲି ଘର ଭାସିଗଲା ପରେ

ଜୀବନେ ଛାଡିଯାଏ ତାର ପାଦ ଚିହ୍ନ

ଯାହା ସ୍ମୃତି ମାଳା ରେ ଗୁନ୍ଥି ହୋଇ

ଜୀବନ ଗଳାରେ ହୋଇଯାଏ ସେ ବାନ୍ଧି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍