STORYMIRROR

Sasmita Mohanty

Others

3  

Sasmita Mohanty

Others

ଅନ୍ତରର ଅନ୍ତରାଳୁ

ଅନ୍ତରର ଅନ୍ତରାଳୁ

1 min
23


ମୁଁ ଯେ ତୁମର ଗୋଟାପଣେ ତୁମର 

ଏହି ଚେତନା ଟି ହୁଏତ ମତେ 

ତୁମ ପାଖରେ ବନ୍ଦିନୀ କରି ରଖିଚି. 

ତୁମକୁ କାଳେ କଷ୍ଟ ହେବ ଜଗିବସେ ମନ ମୋର 

ଜାଗ୍ରତ ପ୍ରହରୀ ସମ ପ୍ରହର ପ୍ରହର 

ଯେମିତି ତୁମ ହୃଦୟର ମୁଁ ଏକ ଦାସୀ. 

ମୁଁ ଯେ ଏକ ରକତ ମାଉଁସ ଧାରୀ ମଣିଷ ଟିଏ 

ମୋର ବି ଅଛି ମନ ଏକଥା ହୃଦୟଟି ମୋର 

ଏକଦମ ଦେଇଚି ଅନ୍ତରାଳୁ ପୋଛି. 

ନିତି କରେ ନିଜକୁ ମାର୍ଜିତ ଟିକେ କାଳେ 

ତୁମେ ହେବ ଖୁସି. 

ନିତି ନିବେଦନ କରୁ ଥାଏ ଥରେ ଅଧେ ତ 

ହସିଦିଅ ଅନ୍ତରରୁ ହୋଇ ତୁମେ ଖୁସି. 

କାହିଁକି କର ବାରମ୍ବାର ଆଘାତ 

କଟୁ କଟୁ ବାକ୍ୟେ ପ୍ରହାରୀତ କରି.

ମନ ବାକ୍ୟ ଯେମିତି ପଡିଚି ବନ୍ଧକ 

ଅନ୍ତଃକୋଣେ ଲୁହ ନିଗାଡୁଛି ନିରୁପାୟ 

ନିରୀହ ବିବେକ.





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍