ଏଇତ ଜୀବନ
ଏଇତ ଜୀବନ
1 min
195
ଏନ୍ତୁଡ଼ି ଶାଳରୁ ମଶାଣି ଭୂଇଁ ପର୍ଯ୍ୟନ୍ତ
ସେ ପାଇନଥିଲା
ବିଳାସ ଭୋଗର ସ୍ପର୍ସ
ଜାଣିନଥିଲା ଉତ୍କୃଷ୍ଠ ବ୍ୟଞ୍ଜନର ସ୍ୱାଦ
ପିନ୍ଧିବାକୁ ପାଉନଥିଲା
ନୂତନରୁ ନୂତନତ୍ୱ ବସ୍ତ୍ର ।
କାରଣ ସେ ଥିଲା ନିହାତି
ଗରିବ ଟିଏ
ସୁଖ ଦୁଃଖ ଥିଲା ତା ପାଇଁ
ଦିନ ଆଉ ରାତି ସମ
ରାତି ପହିଲା ପରଠାରୁ ସେ
ଖଟୁଥିଲା ପେଟ ଚାଖଣ୍ଡର
ପୋଷଣ ପାଇଁ ଏ ଥିଲା ତାର ଦୁଃଖ ।
ଆଉ ସୁଖ ଥିଲା ଚିରା ମଶିଣା ବିଛେଇ
ଶେଯେତେବେଳେ ରାତିର ଅନ୍ଧକାରରେ
ଦିନ ତମାମର ପରିଶ୍ରମକୁ ମେଣ୍ଟେଇବା ପାଇଁ
ସୋଇପଡୁଥିଲା ଅଚେତ ଅବସ୍ଥାରେ
ଜୀବନର ମନେ ଖାଲି ବୁଝିଥିଲା ସେ
ଖଟିବାକୁ ହେବ ତାକୁ ବଞ୍ଚିଥିବା ଯାଏଁ
କାରଣ ସେ ଥିଲା ସର୍ଵହରା ଦିନ ଦୁଖିଟିଏ ।
