STORYMIRROR

Sasmita Mohanty

Others

3  

Sasmita Mohanty

Others

ପ୍ରେମ ସତ୍ୟ।

ପ୍ରେମ ସତ୍ୟ।

1 min
143

ପ୍ରେମ ସିଏ ଏକ ମଧୁର ସଙ୍ଗୀତର ମଧୁଭରା ଶ୍ରୁତି 

ପ୍ରେମ ସିଏ ଏକ ଅସରନ୍ତି ସୋପ୍ନର ପାହିଯିବା ରାତି,

ଜୀବନର ଚଲାପଥେ ସେଇ ଏକା ସୁଖ ସାଥୀ

ସାଥେ ତାର ଚାଲୁଥିଲେ ଚଲାବାଟ ସୁଖେ ଯାଏ ବିତି,

ପ୍ରେମ ସିଏ ପରା ସତ୍ୟ ଆଉ ଶାଶ୍ଵତରେ ହୁଏ ବନ୍ଦୀ

ମିଛ ଛଳନାର ଇନ୍ଦ୍ରଜାଲ ପାରେ ନାହିଁ ତାକୁ ଛନ୍ଦି,

ପ୍ରେମ ସିଏ ପରା ଏକ ଆଲୋକିତ ଅଲିଭା ଜ୍ୟୋତି

ଜଳୁଥାଏ  ଜଳିବାରେ ମିଳେ ତାକୁ ଅନନ୍ତ ତୃପ୍ତି ,

ପ୍ରେମ ନୁହେଁ ସ୍ୱାର୍ଥପର ସେଜେ ନିଃସ୍ଵାର୍ଥପରତାରେ ଏକା ଅଙ୍ଗୀକାର।

ସତ୍ୟ ନିଷ୍ଠା ସମର୍ପଣେ ପିନ୍ଧେ ମୁକୁଟ ସେ ବିଜୟର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍