STORYMIRROR

Kanhu Barada

Inspirational Others

4  

Kanhu Barada

Inspirational Others

ବନ୍ଧୁ ପରି ବନ୍ଧୁଟିଏ

ବନ୍ଧୁ ପରି ବନ୍ଧୁଟିଏ

1 min
243

ସବୁ ବନ୍ଧନ ମଧ୍ୟେ ନିଆରା ସେ 

ସବୁ ସମୟରେ ରାହା ହିଁ ସେ

ସୁଖ ଦୁଃଖ ଅବା ବିପଦେ ଆପଦେ

ବନ୍ଧୁ ନାମେ ପରିଚିତ ନାମଟି ସେ।


ଛୋଟ ଛୋଟ ଖୁସିରେ ମନ ଭରିଦିଅ

ଅବୁଝା ହେଲେ ସେ ବୁଝେଇ ଦିଏ

ଦୂରେ ଥିଲେ ମନେ ମନେ ଖୋଜୁଥାଏ

ଅଭିମାନ କଲେ ସେ ମନେଇଦିଏ ।


ସମ୍ପର୍କ ଭିତରେ ବନ୍ଧୁତ୍ୱ ଭାବ

ଚିରକାଳ ପାଇଁ ସଦା ରହିବ 

ମୋହ ମାୟା ସଂସାରରେ କିଏ କାହାର

ଅତୁଟ ଏ ବନ୍ଧନ ରହିବ ଅମର ।


ସାଙ୍ଗ,ସଖା,ମିତ କେତେ ଯେ ନାମ

କୃଷ୍ଣ -ସୁଦାମାଙ୍କ ଭଳି ଅତି ଉତ୍ତମ

ପ୍ରେମ, ବିଶ୍ଵାସ ସହ ବିଶ୍ଵ ଭାତ୍ରୃତ୍ବ

ସଦା ଉଜ୍ଜୀବିତ ରହୁ ଆମ ବନ୍ଧୁତ୍ୱ ।


Rate this content
Log in

Similar oriya poem from Inspirational