STORYMIRROR

Sukanti Hotta

Inspirational

4  

Sukanti Hotta

Inspirational

କାହିଁକି ପିଇଲି ମଦ

କାହିଁକି ପିଇଲି ମଦ

1 min
392

କାହିଁକି ପିଇଲି ମଦ

ମୁଣ୍ଡ ମୋର ଘୁରି ଗଲା

ମଦ ପିଇ କରି ଗାଡି ଚଲେଇବା

ଭାରୀ ମୋତେ ପଡିଗଲା l


ଘରଣୀ ମୋହର ଭାରୀ ଖୁସି ହେଲା

ଫାଇନି ଦେରେ ଗଧ

ସରକାରଙ୍କର ଭଲ ନିତି ହେଲା

ଆହୁରି ପିଇରେ ମଦ


ରୋଜଗାର ମୋର ଉଡାଉ ଥିଲି

ମଦ ପିଇପିଇ ନିତି

ଘରେ ପିଲାମାନେ କାନ୍ଦୁଥିଲେ ସଦା

ଶୋଉନଥିଲେ ରାତି l


ମଦ ପିଇପିଇ କଲିଜା ମୋହର

ଖରାପ ହୋଇଗଲା

ଗାଡି ଚଲେଇ କେତେ ଆକ୍ସଇଡେଣ୍ଟ

ଜୀବନେ କରିଛି ଭଲା l


ଟଙ୍କା ମାଗୁଥିଲା ଘରଣୀ ମୋହର

କେତେ ତାକୁ ପିଟୁଥିଲି

ମଦ ପିଇକରି ଟଙ୍କାକୁ ଉଡେଇ

ଉପାସରେ ରହୁଥିଲି l


ଘରେ ପିଲାମାନେ କେତେ କାନ୍ଦୁଥିଲେ

ଖାତିରି ମୋର ନଥିଲା

ମଦ ନିଶାରେ ଗାଳି କରୁଥିଲି

ବୁଦ୍ଧି ହଜି ଯାଇଥିଲା l


ଆଗରୁ ସରକାର ଏପରି ନିତି

କିଆଁ କରିନଥିଲା

ମଦ ପିଇପିଇ ସୁନାର ସଂସାର

ଚୁନା ମୋର ହୋଇଗଲା l


ପଇସା ଗଲା ରୋଗ ମାଡିଲା

କଣ କରିବି ଏବେ

ବେଳ ଥାଉଥାଉ ବନ୍ଧ ବାନ୍ଧିଲିନି

କାନ୍ଦୁଛନ୍ତି ଏଠି ସର୍ବେ


କେତେ ସରାଗରେ ପିଲାମାନେ ଆସି

ବାବା ବାବା ଡାକୁଥିଲେ

ଚାଉଳ ଡାଲି ଆଣିବା ପାଇଁ

ନିତିନିତି କହୁଥିଲେ l


ଭାତ ନଦେଇ ମଦ ପିଉଥିଲି

ଧିକ ହେଲା ଏ ଜୀବନ

ମୃତ୍ୟୁର ସହ ଲଢେଇ ଚାଲିଛି

ଛାଡି ଚାଲିଯିବ ପ୍ରାଣ


ଦୋକାନୀ ଵାଲା ଇନାମ ପାନ୍ତି

ମଦୁଆକୁ ଦଣ୍ଡ କିଆଁ

ମୋର ସାଙ୍ଗସାଥୀ ସିଗାରେଟ ଟାଣି

ଆକାଶେ ଛାଡ଼ନ୍ତି ଧୂଆଁ


ସବୁ ସାଙ୍ଗସାଥୀ ମନ ଦେଇ ଶୁଣ

ପରିବାର ଅଟେ ଶ୍ରେଷ୍ଠ

ନିଶାଦ୍ରବ୍ୟ ଠାରୁ ଦୂରରେ ରହିଲେ

ପାଇବନି କେବେ କଷ୍ଟ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational