Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational

3  

Prasant Kumar Nath

Inspirational

ହେବି ମୁଁ ଭଲ ମଣିଷ

ହେବି ମୁଁ ଭଲ ମଣିଷ

1 min
258


ଧନୀ ମଣିଷଟେ ହୋଇବି ବୋଲିକି

କେବେ ମୁହିଁ ଭାବି ନାହିଁ

ଭଲ ମଣିଷଟେ ହୋଇବି ବୋଲିକି

ସପନ ଦେଖିଛି ମୁହିଁ ।

ଧନ ଉପାର୍ଜନ କରିବା ପାଇଁକି

ମନ ମୋର ଚାହିଁ ନାହିଁ

ମାନ ଉପାର୍ଜନ କରି ପାରିଥିଲେ

ମହତ ହୋଇବ ସେହି ।

ସାଇତି ରଖିଲେ ଅମାପ ଧନକୁ

ରହିବନି ସବୁଦିନ

ମାନ ଓ ମର୍ଯ୍ୟାଦା ରହିଥିଲେ ପରା

ଝୁରିବେ ତୁମକୁ ଜନ ।

ଗରିବ ହେଉକି ହେଉ ସିଏ ଧନୀ

ଥିବ ଯଦି ଭଲ ଗୁଣ

ଆଜି ନୁହେଁ କଲି ଜନ୍ମ ଜନ୍ମାନ୍ତର

ଝୁରିବ ଦୁନିଆଁ ଜାଣ ।

ଇତିହାସ ହୋଇ ରହିଯିବ ସେହି

ଭଲ କାମ କରିଥିଲେ

ମରିଗଲା ପରେ ଭୁଲି ଯିବେ ସବୁ

ବଡ଼ ଲୋକ ହୋଇଥିଲେ ।


Rate this content
Log in

Similar oriya poem from Inspirational