STORYMIRROR

Prasant Kumar Nath

Others

4  

Prasant Kumar Nath

Others

ପ୍ରତାରଣା

ପ୍ରତାରଣା

1 min
421

ପ୍ରେମ କରିଥିଲି ପ୍ରତାରଣା କଲ

କାହିଁକି ମୋ ସାଥେ କୁହ

ହସ ଠାରୁ ଏବେ ବୁକେଇ ଯାଇଛି

ଆଖିରେ ମୋହର ଲୁହ ।


ତୁମେ ସିନା ଖୁସି ଆଉକା ସାଥିରେ

ଦୁଃଖରେ କଟେ ମୋ ଦିନ

ଭୁଲିବାକୁ ଯେତେ ଚାହିଁଲେ ତୁମକୁ

ଝୁରୁଛି ଅବୁଝା ମନ ।


ଏକା ଏକା ଲାଗେ ନିଃସଙ୍ଗ ଜୀବନ

ତୁମେ ଛାଡି ଗଲାପରେ

କେମିତି ତୁମକୁ ଭୁଲିଯିବି ପ୍ରିୟା

ରହିଛ ମୋ ହୃଦୟରେ ।


ଭଲପାଇ କୁହ କିପାପ କରିଲି

ଦେଇଗଲ ମୋତେ ଧୋକା

ଛଳନା ନଥିଲା ପ୍ରେମରେ ମୋହର

କେମିତି ବଞ୍ଚିବି ଏକା ।


ପ୍ରେମର ଅମୃତ ଦେଇଥିଲି ବୋଲି

ଦେଲ ପ୍ରତାରଣା ବିଷ

ଭରିଦେଲ ତୁମେ ଆଖିରେ ମୋ ଲୁହ

ଦେଇଥିଲି ଓଠେ ହସ ।


Rate this content
Log in