STORYMIRROR

Prasant Kumar Nath

Abstract

2  

Prasant Kumar Nath

Abstract

ବିନ୍ଦୁଏ ସିନ୍ଦୁର

ବିନ୍ଦୁଏ ସିନ୍ଦୁର

1 min
178

ମଥାରେ ତୁମର ବିନ୍ଦୁଏ ସିନ୍ଦୁର

କରିଦେଲା ମୋତେ ପର

କାଲି ଥିଲ ମୋର ନିଜଠୁଁ ନିଜର

ନାହିଁ ଆଜି ଅଧିକାର


ନୂଆ ବୋହୁ ସାଜି କାହା ଅଗଣାରେ

ଜାଳୁଅଛ ସଞ୍ଜବତୀ

ଏକା ଏକା ହୋଇ ନିଜେ ମୁଁ ଜଳୁଛି

ଜାଳେ ମୋତେ ତୁମ ସ୍ମୃତି


ଆଖିରୁ ମୋହର ଝରୁଛି ଲୋତକ

ଓଠରେ ତୁମର ହସ

ତୁମକୁ ଭରଷା କରିଥିଲି ପ୍ରିୟା

ବିଶ୍ୱାସରେ ଦେଲ ବିଷ


ଆଉ କାହା ପାଇଁ ଶେଯ ସଜାଉଛ 

ରାତି ତୁମ ମଧୁଝରା

ହେଲେମୁଁ ଶୋଉଛି କଣ୍ଟାର ଶେଯରେ

ପ୍ରେମ କଲା ସର୍ବହରା


ପ୍ରେମକୁ ମୋହର କବର ଦେଇଛ

ସ୍ମୃତିକୁ ଦେଇଛ ମାରି

ବିରହ ଜ୍ୱାଳାରେ ଜଳି ଜଳି ନିତି

ତୁମକୁ ହେଉଛି ଝୁରି


ବିନ୍ଦୁଏ ସିନ୍ଦୁର ପ୍ରେମରେ ମୋହର

ଟାଣିଲା ଲକ୍ଷ୍ମଣ ଗାର

ଆଉ କାହା ହାତ ଧରି ଚାଲିଗଲ

ସାଜି ତୁମେ ସ୍ୱାର୍ଥପର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract