STORYMIRROR

Prasant Kumar Nath

Classics

3  

Prasant Kumar Nath

Classics

ଖିଏ ହସ

ଖିଏ ହସ

1 min
277

ତୋ ଓଠରେ ଖିଏ ହସ ଦେଖିଦେଲେ

କଷ୍ଟ ହୋଇଯାଏ ଦୂର

ତୁ ପରା ସାଜିଛୁ ହସଖୁସି ଆଉ

ନୟନ ପିତୁଳା ମୋର


ଦୁନିଆଁର ସବୁ ସୁଖ ମିଳିଯାଏ

ତୋର ଖିଏ ହସ ଦେଖି

ଦେଖିଦେଲେ ଥରେ ଏଇ ମୋର ଆଖି

ରହିଥାଏ ସେଠି ଲାଖି


ଇଛାହୁଏ ମୋର ତୋ ସୁନା ମୁହଁକୁ

ଦେଖୁଥାନ୍ତି ରାତିଦିନ

ତୁପରା ମୋହର ଦିନର ସୁରୁଜ

ରାତି ଆକାଶର ଜହ୍ନ


ତୋ ଖିଏ ହସରୁ ସତେକି ଯେମିତି

ମୁକୁତା ପଡଇ ଝରି

ରଖିଥିବୁ ସଦା ଓଠରେ ତୋ ହସ

ଦୁଃଖ ଯିବ ଅପସରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics