STORYMIRROR

Prasant Kumar Nath

Classics

3  

Prasant Kumar Nath

Classics

ଖିଏ ହସ

ଖିଏ ହସ

1 min
267

ତୋ ଓଠରେ ଖିଏ ହସ ଦେଖିଦେଲେ

କଷ୍ଟ ହୋଇଯାଏ ଦୂର

ତୁ ପରା ସାଜିଛୁ ହସଖୁସି ଆଉ

ନୟନ ପିତୁଳା ମୋର


ଦୁନିଆଁର ସବୁ ସୁଖ ମିଳିଯାଏ

ତୋର ଖିଏ ହସ ଦେଖି

ଦେଖିଦେଲେ ଥରେ ଏଇ ମୋର ଆଖି

ରହିଥାଏ ସେଠି ଲାଖି


ଇଛାହୁଏ ମୋର ତୋ ସୁନା ମୁହଁକୁ

ଦେଖୁଥାନ୍ତି ରାତିଦିନ

ତୁପରା ମୋହର ଦିନର ସୁରୁଜ

ରାତି ଆକାଶର ଜହ୍ନ


ତୋ ଖିଏ ହସରୁ ସତେକି ଯେମିତି

ମୁକୁତା ପଡଇ ଝରି

ରଖିଥିବୁ ସଦା ଓଠରେ ତୋ ହସ

ଦୁଃଖ ଯିବ ଅପସରି


Rate this content
Log in

Similar oriya poem from Classics