STORYMIRROR

Prasant Kumar Nath

Tragedy Inspirational

3  

Prasant Kumar Nath

Tragedy Inspirational

ଯୌତୁକ ବ୍ୟାଧି

ଯୌତୁକ ବ୍ୟାଧି

1 min
160


ଯୌତୁକ ବ୍ୟାଧିଟି ସମାଜକୁ ଆମ

ଏମିତି କରିଛି ଗ୍ରାସ

ଅପରାଧ ବୋଲି ସମସ୍ତେ କୁହନ୍ତି

ତଥାପି ହୁଏନା ହ୍ରାସ ।


ଅନ୍ୟ ଉପରକୁ ଆଙ୍ଗୁଳି ଉଠାନ୍ତି

ନିଜକୁ ଦେଖନ୍ତି ନାହିଁ

ଥିଲା ଵାଲା ଏଠି ପଇସା ଦେଇକି

କିଣୁଥାନ୍ତି ନିଜ ଜ୍ୱାଇଁ ।


ଗରିବ ଝିଅଟି ଦରବୁଢ଼ୀ ହୁଏ

ଯୌତୁକର ବ୍ୟାଧି ପାଇଁ

ଅର୍ଥ ଅଭାବରେ ବାପଟି ତାହାର

ମରୁଥାଏ ବିଷ ଖାଇ ।


ଗରିବ ଘରରେ ଝିଅ ଜନମିବା

ଅଟେ ସତେ ଅଭିଶାପ

ଯୌତୁକ ବ୍ୟାଧିର ଯନ୍ତ୍ରଣା ଜାଣଇ

ବଢ଼ିଲା ଝିଅର ବାପ ।


ଯୌତୁକ ବିରୁଦ୍ଧେ ଲଢେଇ କରିବା

ଆସ ଆମେ ଥରେ ମିଶି

କନ୍ୟା ଭୃଣ ହତ୍ୟା ହେବନି ସମାଜେ

ସମସ୍ତେ ହୋଇବେ ଖୁସି ।



Rate this content
Log in

Similar oriya poem from Tragedy