Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Inspirational

5.0  

ବି. ନିରୁପମା

Inspirational

କରୁଅଛ ଆଲୋକିତ

କରୁଅଛ ଆଲୋକିତ

1 min
224



       

ଅଂଶୁମାନ ତୁମେ ସକଳ ସୃଷ୍ଟିକୁ

କରୁଅଛ ଆଲୋକିତ ,

ଜୀଵଜଗତର କଲ୍ୟାଣ ସକାଶେ

ହେଉଅଛ ଆତଯାତ ।


କର୍ତ୍ତବ୍ୟରେ କେବେ ହେଳା କରୁନାହଁ

ନାହିଁ ଭେଦାଭେଦ କିଛି,

ସମସ୍ତଙ୍କୁ ବାଣ୍ଟି ଦେଉଛ ଶ୍ରଦ୍ଧାରେ

ତୁମର ଆଲୋକ ରାଶି ।


ତୁମ ଆଗମନେ ଧରଣୀବାସୀଏ

ଚଳଚଞ୍ଚଳ ଯେ ହୋଇ ,

ତାଙ୍କ କାର୍ଯ୍ୟସୂଚି ଆରମ୍ଭ କରନ୍ତି

ଆଳସ୍ୟକୁ ଦୂରେ ଥୋଇ ।


ତୁମ ଲାଗି ଏଇ ଜଗତ ସଜ୍ଜୀବ

ସୁଖ ସମୃଦ୍ଧିରେ ଭରା ,

ପ୍ରେରଣା ଯୋଗାଏ କର୍ତ୍ତବ୍ୟ ପାଳନ

କରି ଚାଲିବାକୁ ପରା ।



Rate this content
Log in