STORYMIRROR

Rashmi Ranjan Nayak

Inspirational

4  

Rashmi Ranjan Nayak

Inspirational

ମୋ କଲମ

ମୋ କଲମ

1 min
237

କେଡେ ସୁନ୍ଦର ଏ ଜୀବନର ଯାତ୍ରା

ସତେ କେତେ ମନୋରମ,

ସାଥି ବିନା ଲାଗେ ସବୁ ମୂଲ୍ୟହୀନ

କଷ୍ଟ ଦିଏ ଏ ଜନମ।


ହୃଦୟର କଥା କହିବା ବାହୁଲ୍ୟ

ଥାଏ ଯଦି ସାଥିଟିଏ,

ଅତି ସହଜରେ ବୁଝିପାରେ ସେତ

ହସ ଲୁହ ଆପଣା ଛାଏଁ।


କଲମ ମୋହର ଅତି ଆପଣାର

ସମ୍ପଦ ମୋ ଜୀବନର,

ସେହି ଅଟେ ସାଥି ମୋର ଭାବନାର

ନିକଟ ସେ ମୋ ହୃଦୟର।


ବୁଝିପାରେ ଦୁଃଖ କଷ୍ଟ ହସ କଥା

ଆଖି ଲୁହ ଓଠ କଥା,

ସବୁକିଛି ଜାଣି ବିଶ୍ୱାସ ଯେ ରଖେ

ତା ପାଖେ ନଇଁ ପଡେମୋର ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational