Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali Kumar

Inspirational

5.0  

Kali Kumar

Inspirational

ପ୍ରୟାସ

ପ୍ରୟାସ

1 min
332


ଝରି ଗଲା ଫୁଲଟିଏ

ବିସରି ତା' ବାସ୍ନା,

ଯାଯାବର ଭ୍ରମର-ଟିର

ମେଣ୍ଟିଲା ନି ତୃଷ୍ଣା ।୧।


ଫୁଟିଥିଲା ନକ୍ଷତ୍ର କୋଟି

ଆକାଶର ବକ୍ଷେ,

ମିଞ୍ଜି ମିଞ୍ଜି ଜଳୁଥିଲା

ଜହ୍ନର ଚତୁଃପାର୍ଶ୍ଵ ।୨।


ବୋହି ଚାଲେ ନିର୍ଝରିଣୀ

କଳ-କଳ ନାଦେ,

ସମୁଦ୍ରେ ମିଶିବା ପ୍ରୟାସେ ବନ୍ଧୁର 

ଶିଳାକୁ ସେ ଭେଦେ ।୩।


ମଞ୍ଜି ଗୋଟି ଅଙ୍କୁରିତ ହୁଏ, ଦୁଇ

ବୀଜ ପତ୍ର ନେଇ,

ଉଦ୍ୟମ ତା' ଅନବରତ, ବିଶାଳ

ଦୃମ ହେବା ପାଇଁ ।୪।


ଭିଡ଼ି-ମୁଡ଼ି ହୋଇଉଠେ ସଁବାଳୁଆ

ନିଜତ୍ବର ପରିଚୟ ପାଇଁ, 

ଘୃଣ୍ୟତାର ଖୋଳପାରୁ ବାହାରି, ରଙ୍ଗୀନ୍

ପ୍ରଜାପତି ହେବା ପାଇଁ ।୫।


କ୍ଷୁଦ୍ର-ନଗଣ୍ୟ-ତୁଚ୍ଛ-ବୋଲି

କିଏ କେତେ ପ୍ରୟାସ କରେ,

ଅନ୍ତେ ମହାନ ପରିଣାମର

ଅର୍ଥକୁ ସାର୍ଥକ କରେ ।୬।



Rate this content
Log in

Similar oriya poem from Inspirational