STORYMIRROR

Shanti Mishra

Inspirational

4  

Shanti Mishra

Inspirational

ଅଧା ସ୍ବପ୍ନର ଶେଷାଂଶ

ଅଧା ସ୍ବପ୍ନର ଶେଷାଂଶ

1 min
335

ଅର୍ଦ୍ଧକାର ଚନ୍ଦ୍ର ଆଜି ମୋ ଖୋଲା ଆକାଶେ

ଅଧା ଅଧା ନିଦ ମୋର ଆଖି ପତା ପାସେ

ଅଧା ଆଲୋକ, ଅଧା ଅନ୍ଧାରରେ ନିରବେ ବସି

ଅଧା ଜୀବନରୁ କିଛି କମ୍, ବଳିଛି ଦେଖି ମନେ ମନେ ହସେ ll


ସମସ୍ତଙ୍କ ପାଇଁ ଯାହା ସତ୍ୟ, ମୋ ପାଇଁ ହୁଏ ଅସତ୍ୟ

ବଞ୍ଚିବାର ଅଭିପ୍ରାଏ ସବୁ କିଛି କରିବାକୁ କରାୟତ

ପ୍ରଚେଷ୍ଟାରେ କମ୍ ବେଶୀ କେବେ ହୋଇ ନାହିଁ

ତଥାପି ଦାଉ ସାଧିଛି ଭାଗ୍ୟ, ମତେ ପିଠି କରି ଦେଇ ll


ସୀମାହୀନ ସୌନ୍ଦର୍ଯ୍ୟରେ ମୁଗ୍ଧ ହେବା ବେଳେ

ନିଜକୁ ନିଜେ ଭୁଲି ଆତ୍ମ ସମର୍ପଣ କରି ଚାଲେ

ଯେତେବେଳେ ପ୍ରତ୍ୟାଖ୍ୟାନ ହୁଏ ନିବେଦନ

କିପରି ଲାଗେ, କେ କଳିବ, ଦେଇ ଆଶ୍ୱାସନ ll


ନିର୍ବିକାର ଚିତ୍ତେ କ୍ଷମା ଦେବା, ନୁହେଁ ତ ସମ୍ଭବ

ସଂସାରକୁ ମିଛ କହି ଏଡେଇବା, ଅଟେ ଅସମ୍ଭବ

ଆଜି ବି ପ୍ରତୀକ୍ଷାର ସମୟ ସୀମା, ପ୍ରସାରିତ ହେଲା ବେଳେ

କାଲି, କାଲି, ହୋଇ କେତେ କାଲିର, ସମ୍ମୁଖୀନ ହୋଇ ଚାଲେ ll


ଅଧା ରହିଗଲା ତଥାପି ଦେଖୁଥିବା ରଂଗିନ୍ ସପନ

ଅଧାରୁ ଚୋରୀ ହୋଇଗଲା ତା ମିଠା ଗୁଂଜନ

ଅଧା ତୋଳା ସ୍ୱପ୍ନ ସୌଧ ଅକାଳେ ହେଲା ଭୁଲୁଂଠିତ

ଅଧା ଜଳା ମନ, ଅଧା ଦହନ ସାଥିରେ ବଞ୍ଚିବାକୁ ହେବ ତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational