STORYMIRROR

Jyoti Prakash Sahoo

Inspirational

4  

Jyoti Prakash Sahoo

Inspirational

ଏ ପଥ .. ଲଙ୍ଘିବାକୁ ତ ପଡିବ ..

ଏ ପଥ .. ଲଙ୍ଘିବାକୁ ତ ପଡିବ ..

1 min
379

ଜୀବନର ଚଲାବାଟ କଣ୍ଟକିତ .. କିନ୍ତୁ ଚାଲିବାକୁ ତ ପଡିବ ..

ଦୁଃଖକଷ୍ଟ ସବୁ ପାସୋରି .. ଆଗକୁ ବଢିବାକୁ ତ ପଡିବ ..

ଅତୀତର କିଛି ଭଲ ସ୍ମୃତିକୁ .. ସାଙ୍ଗରେ ନେଇ ..

ଏ ପଥ .. ଲଙ୍ଘିବାକୁ ତ ପଡିବ ..


ଜୀବନ କେବେ .. ଶ୍ରାବଣର ବର୍ଷାଛିଟା ..

ସେଥିରେ .. ଭିଜିବାକୁ ତ ପଡିବ ..

ଜୀବନ କେବେ .. ସୂର୍ଯ୍ୟଙ୍କ ପ୍ରଖରକିରଣ ..

ସେଥିରେ .. ସିଯିବାକୁ ତ ପଡିବ ..

ମନର କୋହକୁ .. ମନରେ ହଜେଇ .. ହସିବାକୁ ତ ପଡିବ ..

ଏ ପଥ .. ଲଙ୍ଘିବାକୁ ତ ପଡିବ ..


ସମୟ ଚକ୍ରରେ ତାଳଦେଇ .. ସମୟସହ .. ଚାଲିବାକୁ ତ ପଡିବ ..

ଫୁଟି ଝଡିଯାଇଥିବା ଫୁଲକୁ .. ଛାଡ଼ି ..

ଫୁଟିବାକୁ ଥିବା ଫୁଲକୁ .. ଅପେକ୍ଷା କରିବାକୁ ତ ପଡିବ ..

ଦୁଃଖଭରା ଜୀବନେ କାହାର .. ଖୁସିର ଇନ୍ଦ୍ରଧନୁ ଟାଣି ..

ଜୀବନର ପ୍ରତିଟି ମୁହୁର୍ତ୍ତକୁ .. ବଞ୍ଚିବାକୁ ତ ପଡିବ ..

ଏ ପଥ .. ଲଙ୍ଘିବାକୁ ତ ପଡିବ ..

ଏ ପଥ .. ଲଙ୍ଘିବାକୁ ତ ପଡିବ ..


Rate this content
Log in

Similar oriya poem from Inspirational